ଭୁବନେଶ୍ୱର କୋର୍ଟ କଂପ୍ଲେକ୍ସ ୭ ଦିନ ପାଇଁ ସିଲ୍

ଭୁବନେଶ୍ୱର- ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍ କରିଦିଆଯାଇଛି । କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୋର୍ଟ ପରିସରକୁ ୫ ତାରିଖ ଯାଏଁ ସିଲ୍ କରିଦିଆଯାଇଛି । ପ୍ରାୟ ଏକ ସପ୍ତାହ ଧରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ପ୍ରତିଦିନ ସର୍ବାଧିକ ସଂଖ୍ୟକ…

ଲାଂଚ ନେବା ବେଳେ ଧରାପଡିଲେ କନ୍ଧମାଳ ରାଇକିଆ ତହସିଲଦାର

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କନ୍ଧମାଳ ରାଇକିଆ ତହସିଲଦାର । ତହସିଲଦାର ଚକ୍ରଧର ପାଢୀ ୪୦ ହଜାର ଟଙ୍କା ଲାଂଚ ନେବା ବେଳେ ଫୁଲବାଣୀ ଭିିଜିଲାନ୍ସ ତାଙ୍କୁ ଗିରଫ କରିଛି । ଜବତ ଟ୍ରାକ୍ଟର ଛାଡିଦେବା ପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିଲେ ତହସିଲଦାର ।

ଆଜି ରାଜ୍ୟରେ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକା କମ୍ ଥିବାରୁ ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ରାଜ୍ୟରେ ଆଜି ୩୦୨ କେନ୍ଦ୍ରରେ ଟୀକାକରଣ ଚାଲିଛି । ଗତକାଲି ୯୦ ହଜାର କୋଭିଶିଲ୍ଡ ମିିଳିଛି । ଆଜି ସବୁ ଜିଲ୍ଲାକୁ ସେସବୁ ପଠାଇ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।…

ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ଭୟଭୀତ ହେବାର କାରଣ ନାହିଁ : ଡିଏମଇଟି

ଭୁବନେଶ୍ୱର- ଓଡିଶାରେ କୋରୋନା ସଂକ୍ରମଣ ସମାନ୍ତରାଳ ବା ପ୍ଲାଟୋ ସ୍ଥିତିରେ ରହିଛି । କେତେବେଳେ ବଢୁଛି ତ କେତେବେଳେ ଖସୁଛି । ଗତକାଲି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୮ ହଜାରରୁ ଅଧିକ ଥିଲା । ଆଜି ଏହି ସଂଖ୍ୟା ପ୍ରାୟ ୭ ହଜାର ରହିଛି । ତେବେ,ଏଥିରେ ଭୟଭୀତ ହେବାର କୌଣସି କାରଣ…

ରାଜ୍ୟରେ ଏକ କୋଟି ଟପିଲା କୋରୋନା ଟେଷ୍ଟିଂ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ-୧୯ ଟେଷ୍ଟିଂ ଏକ କୋଟି ଟପିଛି । ଏହି ସଫଳତା ପାଇଁ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଅବିରତ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବେ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିବା ମୁଖ୍ୟମନ୍ତ୍ରୀ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କରେନା ପଜିଟିଭ୍‌

‌ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କରୋନା ସଂକ୍ରମିତ ହୋଇଛନ୍ତି । ଗେହଲୋଟ୍ ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, କୋଭିଡ୍ ଟେଷ୍ଟ ପରେ ମୋର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ମୋ’ଠାରେ କୌଣସି ଲକ୍ଷଣ ନାହିଁ ଏବଂ ମୁଁ ଏବେ ଠିକ୍ ଅଛି । କୋଭିଡ୍…

ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କୋଭିଡ୍‌-୧୯ ଔଷଧ ବିତରଣ ପାଇଁ ଗୌତମ ଗମ୍ଭୀରଙ୍କୁ ଲାଇସେନ୍ସ ମିଳିଛି କି?

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତି ଉପରେ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ସମ୍ପର୍କରେ ପୁଣି ଉଲ୍ଳେଖ କରିଛନ୍ତି । ଗମ୍ଭୀର ଏତେ ପରିମାଣରେ କୋଭିଡ୍‌-୧୯ ଔଷଧ କିପରି ରଖିଛନ୍ତି ? ଏହି ସବୁ ଔଷଧ ଏତେ ପରିମାଣରେ କିଣିବା ଓ ବିତରଣ ପାଇଁ ତାଙ୍କୁ ଲାଇସେନ୍ସ ମିଳିଛି…

କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ସମାଲୋଚନା: ଲୋକେ ମରନ୍ତୁ ବୋଲି ସରକାର ଚାହୁଁଛନ୍ତି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ସମେତ ସମଗ୍ର ଦେଶରେ ଗମ୍ଭୀର କୋଭିଡ୍ ସ୍ଥିତି ପ୍ରତି କେନ୍ଦ୍ରର ଉଦାସୀନ ମନୋଭାବକୁ ଦିଲ୍ଲୀ ହାଇକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । ସରକାରଙ୍କ ନୀତିରୁ ଲାଗୁଛି ଯେ, ସରକାର ଲୋକଙ୍କୁ ମାରିବାକୁ ଚାହୁଁଛନ୍ତି । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ…

କରୋନା ସୁନାମି: ପୁଣି ରେକର୍ଡ ସଂକ୍ରମଣ, ଦେଶରେ ୩.୭୯ ଲକ୍ଷ ନୂଆ ମାମଲା, ୩୬୪୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ରେକର୍ଡ ଧାରା ଜାରି ରହିଛି । ସବୁ ପୂର୍ବ ରେକର୍ଡକୁ ଭାଙ୍ଗି ଦେଶରେ ଗତ ୨୪ ଘଣ୍ଟାରେ ୩୭୯,୨୫୭ ନୂଆ ମାମଲା ସାମ୍ନାକୁ ଆସିିଛି । ଏହି ମାରାତ୍ମକ ରୋଗରେ ଆଉ ୩୬୪୫ ଜଣଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ତିନି ହଜାରରୁ ଊର୍ଦ୍ଧ୍ୱ…

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୭ ହଜାର ମଧ୍ୟରେ ରହିଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ ନୟାଗଡରୁ ୨…