ମହିଳା ସହକର୍ମୀଙ୍କ ଅସଦାଚରଣ ଅଭିଯୋଗ ପରେ ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ବଲାଙ୍ଗୀର- ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନିଲମ୍ବିତ କରାଯାଇଛି । ଜଣେ ମହିଳା ସହକର୍ମୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଲା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଲାପାଳଙ୍କ ବିନାନୁମତିରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି କାର୍ଯ୍ୟାନୁଷ୍ଠାନ ସହ ରାଜ୍ୟ ସରକାର କାର୍ଯ୍ୟସ୍ଥଳରେ ସରକାରୀ କର୍ମଚାରୀଙ୍କ ଅନୈତିକ ବ୍ୟବହାର ବିରୋଧରେ ନିଜର ଜିରୋ ଟଲରାନ୍ସ ନୀତିକୁ ଦୋହରାଇଛନ୍ତି । ଜିଲ୍ଲାପାଳଙ୍କଠାରେ ପୀଡିତାଙ୍କ ଅଭିଯୋଗ କରିଛନ୍ତି ଯେ, ଗତମାସ ୧୪ ତାରିଖରେ ଉପଜିଲ୍ଲାପାଳ ସଂଜୟ ମିଶ୍ର ତାଙ୍କୁ ଅଫିସ ଚାମ୍ବରକୁ ଆସିବା ପାଇଁ କହିଥିଲେ । ସେ ତାଙ୍କ ଚାମ୍ବରକୁ ଗଲା ପରେ ତାଙ୍କ ପ୍ରତି ୍‌ଅସଦାଚରଣ କରିବା ସହ ଜୋର ଜବରଦସ୍ତ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲେ ବୋଲି ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ସଂଜୟ ମିଶ୍ର କିନ୍ତୁ ସବୁ ୍‌୍‌ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Comments are closed.