ଅଙ୍ଗନବାଡି କର୍ମୀ ଶାନ୍ତିଲତା ପାଲଟିଛନ୍ତି ଅନ୍ୟମାନଙ୍କ ଉଦାହରଣ

ଭୁବନେଶ୍ୱର – କୋଭିଡ ମହାମାରୀ ସମୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଜଣେ କ୍ଷେତ୍ର କର୍ମକର୍ତାଙ୍କ କର୍ତବନିଷ୍ଠା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କ କଠିନ ପରିଶ୍ରମ , ଉତ୍ସର୍ଗୀକୃତ ଦାୟିତ୍ୱ ନିର୍ବାହ ପାଇଁ ସେ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଏବଂ ଆଦରର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ନିଜର ବ୍ୟକ୍ତିଗତ ଦୁଃଖ ଓ ସମସ୍ୟାକୁ ପଛରେ ପକାଇ ସେ ଯେଭଳି ଭାବେ ନିଜ ଅଂଚଳବାସୀଙ୍କ ନିରବରେ ସେବା କରି ଚାଲିଛନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟସ୍ତର ପଯ୍ୟ ର୍ନ୍ତ ସମସ୍ତଙ୍କ ନିକଟରୁ ପ୍ରଶଂସା ସାଉଁଟିଛନ୍ତି ।

ସେ ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍‌ର ଦୁର୍ଗମ ଏବଂ ଅପହଂଚ ଅଂଚଳ ଧୋବିଘାଟ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଶାନ୍ତିଲତା ମାଝି । ଏହି ୬୦ ବର୍ଷ ବୟସ୍କା ଅନୁସୂଚିତ ଜନଜାତି ମହିଳା ୪ ପୁଅ ଓ ତିନି ଝିଅଙ୍କ ମାଆ । ସ୍ୱଳ୍ପ ଜମିରେ ଚାଷବାସ ହିଁ ତାଙ୍କ ପରିବାରର ଏକମାତ୍ର ଜୀବିକା । ଝିଅମାନେ ଓ ଗୋଟିଏ ପୁଅ ବାହା ହୋଇସାରିଛନ୍ତି । ବୋଡେନ ବ୍ଲକ ହେଉଛି ଜିଲ୍ଲାର ସବୁଠାରୁ ଉଚ୍ଚତାରେ ଥିବା ଏକ ବିପଦସଂକୁଳ ଅଂଚଳ । ଶାନ୍ତିଲତାଙ୍କ ନିଜ ଗାଁ ସହଜପାଣିରୁ ଧୋବିଘାଟ ଅଙ୍ଗନବାଡି କେନ୍ଦ୍ରର ଦୂରତା ତିନି କିଲୋମିଟରରୁ ଅଧିକ ।

ଆଖପାଖରେ କୌଣସି ଜନବସତି , ଦୋକାନବଜାର ନାହିଁ । ଗାଁରେ ୫୬ଟି ପରିବାରରେ ସ୍ତ୍ରୀ ପୁରୁଷ ମିଶି ୨୩୦ ଜଣ ବାସ କରନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପାଖାପାଖି ୨୨ ଜଣ ଶିଶୁ ପଂଜିକୃତ ହୋଇଛନ୍ତି । ଗାଁରେ ୫ ଜଣ ଗର୍ଭବତୀ ମହିଳା ଏବଂ ୧୦ ଜଣ ପ୍ରସୂତୀ ମହିଳା ଅଛନ୍ତି ।

ଚାଲି ଚାଲି ଶାନ୍ତିଲତା ଘରକୁ ଘର ପହଂଚି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶୁଖିଲା ରାସନ ବଂଟନ କରୁଛନ୍ତି । ବଂଟନ କାର୍ଯ୍ୟରେ ତାଙ୍କ ନାତି ତାଙ୍କୁ ସାହା ଯ୍ୟ କରୁଛନ୍ତି । ତାଙ୍କ ଗାଁ ପାଖରେ ମଧ୍ୟ କୌଣସି ଜନବସତି ନାହିଁ ।

ଅତିରିକ୍ତ ପୁଷ୍ଟିସାଧନ ପାଇଁ ରାଜ୍ୟ ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାଯ୍ୟ ର୍କାରୀ କରିବା ନିମନ୍ତେ ଏ ଅଂଚଳ ପାଇଁ ଶାନ୍ତିଲତା ଜଣେ ମାତ୍ର ଅଙ୍ଗନବାଡି କର୍ମୀ । ନିକଟରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି । ପରିବାରରେ ମଧ୍ୟ ଅନେକ ସମସ୍ୟା ରହିଛି । କିନ୍ତୁ ନିଜର ବ୍ୟକ୍ତିଗତ ସମସ୍ୟାକୁ ପଛରେ ପକାଇ ସେ ଲୋକଙ୍କ ନିକଟରେ ପହଂଚିବାକୁ ତାଙ୍କର ପରମ କର୍ତବ୍ୟ ଭାବେ ଗ୍ରହଣ କରିନେଇଛନ୍ତି । ନିୟମିତ ଭାବେ ଟିକାକରଣ, ମମତା ଦିବସ ପାଳନ ସହ ଅଂଗନବାଡିର ସମସ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି । କୋଭିଡ ସଚେତନତା ସୃଷ୍ଟି କରୁଛନ୍ତି । ସେ ଅଂଚଳରେ ସରକାରୀ ଦାୟିତ୍ୱରେ ଆସୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଯଥାସାଧ୍ୟ ସହଯୋଗ କରିବା ସହ ସେମାନଙ୍କୁ ନିଜ ଅଂଚଳର ଭୌଗଳିକ ସ୍ଥିତି ଆଧାରରେ କାଯ୍ୟ ର୍ କରିବାକୁ ପରାମର୍ଶ ଦେଉଛନ୍ତି । ୧୯୮୬ ମସିହାରୁ ଅଂଗନବାଡି କର୍ମୀ ଭାବେ ୩୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାନ୍ତିଲତା ଜଣେ କର୍ତବ୍ୟପରାୟଣ , ପରିଶ୍ରମୀ କାର୍ଯ୍ୟକର୍ତା ଭାବେ ସେବା ପ୍ରଦାନ କରିଆସୁଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶାନ୍ତିଲତାଙ୍କ ଏହି ଉତ୍ସର୍ଗୀକୃତ କର୍ତବ୍ୟପରାୟଣତାକୁ ପ୍ରଶଂସା କରି କହିଛନ୍ତି ଯେ, ଶ।।ନ୍ତିଲତାଙ୍କ ପରି ଶହ ଶହ ଅଂଗନବାଡି କର୍ମୀ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦିନରାତି ପରିଶ୍ରମ କରି କୋଭିଡ -୧୯ କଠିନ ପରିସ୍ଥିତିରେ କାମ କରୁଛନ୍ତି । ସେମାନଙ୍କ ପାଇଁ ରାଜ୍ୟରେ ବିକାଶ ପ୍ରକ୍ରିୟାର ଦୁଇଟି ପ୍ରମୁଖ ଅଂଗ ମାଆ ଓ ଶିଶୁମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ଓ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପହଂଚିପାରୁଛି । ଶାନ୍ତିଲତାଙ୍କ ଉଦାହରଣ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି ।

Comments are closed.