ଭାରତ ବାୟୋଟେକର ନାସାଲ ଟିକାକୁ ବୁଷ୍ଟର ଡୋଜ୍ ଭାବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ଅନୁମତି

ନୂଆଦିଲ୍ଲୀ: ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ)ର ଏକ୍ସପର୍ଟ କମିଟି (ଏସ୍ଇସି) ଭାରତ ବାୟୋଟେକର ନାସାଲ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି ଦେଇଛି | ବୁଧବାର ଏ ବାବଦରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏକ୍ସପର୍ଟ କମିଟି ଏହି ନାସାଲ୍ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ଅନୁମତି ପ୍ରଦାନ କରିଛି |

ପୂର୍ଣ୍ଣ ଡୋଜ୍ ଟିକା ନେଇଥିବା ୫୦୦୦ ଲୋକଙ୍କ ଉପରେ ଏହି ନାସାଲ ଟିକାର ପରୀକ୍ଷଣ କରାଯିବ | ଭାରତ ବାୟୋଟେକ୍ ର ଇଣ୍ଟ୍ରାନାସାଲ୍ କୋଭିଡ୍ ଟିକାକୁ ବୁଷ୍ଟର୍ ବା ତୃତୀୟ ଡୋଜ୍ ଭାବେ ବ୍ୟବହାର କରାଯିବ | ଏହାକୁ ନାକ ପଟେ ଦିଆଯିବ ।

ଡିସେମ୍ବର ୨୦୨୧ରେ କମ୍ପାନୀ ଏହାର ଇଣ୍ଟ୍ରାନାସାଲ୍ ଟିକାକୁ ବୁଷ୍ଟର୍ ଡୋଜ୍ ଭାବରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଡିସିଜିଆଇରୁ ଅନୁମତି ମାଗିଥିଲା ​​|

Comments are closed.