ନନ୍ ବଳାତ୍କାର ମାମଲା: ବିଶପ୍ ଫ୍ରାଙ୍କୋ ମୁଲାକ୍କାଲ ନିର୍ଦ୍ଦୋଷରେ ଖଲାସ

ଥିରୁଭନନ୍ତପୁରମ: ନନ୍ ବଳାତ୍କାର ମାମଲାରେ କେରଳର ଏକ କୋର୍ଟ ବିଶପ୍ ଫ୍ରାଙ୍କୋ ମୁଲ୍କାକଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କ ରାୟ ପରେ ବିଶପ୍ ଫ୍ରାଙ୍କୋ ମୁଲ୍କାକଲ କାନ୍ଦି କାନ୍ଦି ତାଙ୍କ ଓକିଲମାନଙ୍କୁ ଆଲିଙ୍ଗନ କରିଥିଲେ। ସେ ଈଶ୍ବରଙ୍କୁ ଓ ନିଜ ସମର୍ଥକଙ୍କୁ ଧନ୍ୟବାଦ ଦେଲେ |

ତିନି ମାସରୁ ଊର୍ଦ୍ଧ୍ବ ଦିନର ଶୁଣାଣି ପରେ ଶୁକ୍ରବାର ଦିନ କେରଳର କୋଟାୟାମର ଅତିରିକ୍ତ ସେସନ୍ କୋର୍ଟ ଏହି ବହୁ ଚର୍ଚ୍ଚିତ ମାମଲାରେ ରାୟ ଦେଇଛନ୍ତି। ବଳାତ୍କାର ସହ ସବୁ ଅଭିଯୋଗରୁ ବିଶପ୍ ଫ୍ରାଙ୍କୋ ମୁଲାକ୍କାଲ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତେବେ ତଳକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ‌ କରାଯିବ ବୋଲି ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ।

ଅତିରିକ୍ତ ସେସନ୍ସ ଜଜ୍ ଗୋପକୁମାର ତାଙ୍କ ରାୟରେ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଅଭିୟୋଜନ ପକ୍ଷ କୌଣସି ଅଭିଯୋଗ ପ୍ରମାଣ କରିବାକୁ ସମର୍ଥ ହୋଇ ନାହାଁନ୍ତି।

ପଞ୍ଜାବର ଜଲନ୍ଧରର ବିଶପ୍ ଫ୍ରାଙ୍କୋ ମୁଲାକ୍କାଲଙ୍କ ବିରୋଧରେ କେରଳର ଜଣେ ନନ୍ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ।

ବିଶପ୍ ମୁଲାକ୍କାଲ ଜଳନ୍ଧରର ସାକ୍ରେଡ୍ ହାର୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ ରୁହନ୍ତି ଏବଂ ଏହା ମଧ୍ୟ ତାଙ୍କର ଧାର୍ମିକ ଅଧିକାର ଅଟେ |

କେରଳରେ ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ନନ୍ ଜଣକ ଦାବି କରିଥିଲେ ଯେ ବିଶପ୍ ଫ୍ରାଙ୍କୋ ମୁଲାକ୍କାଲ ମେ ୨୦୧୪ ରୁ ସେପ୍ଟେମ୍ବର ୨୦୧୬ ମଧ୍ୟରେ ତାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦେଇଥିଲେ । ତେବେ ବିଶପ ମୁଲାକାଲ ଏହି ସବୁ ଅଭିଯୋଗକୁ ମିଛ ବୋଲି କହି ଖଣ୍ଡନ କରିଥିଲେ।

Comments are closed.