କୃଷି ବିଲ୍‌କୁ ବିଜେଡିର ବିରୋଧ, ସିଲେକ୍ଟ କମିଟିକୁ ପଠାଇବାକୁ ଦାବି

ନୂଆଦିଲ୍ଲୀ – ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କରିଛି ବିଜଡେି । କୃଷି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭାଗ ଚାଷୀଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

କୃଷି ସଂପର୍କିତ ବିଲ୍ ସବୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦଳ ସରକାରଙ୍କଠାରେ ଦାବି କରିଛି ।

ଆଜି ରାଜ୍ୟସଭାରେ କୃଷି ବିଲ୍ ଉପରେ ଆଲୋଚନା ହେଉଛି । ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବାକୁ ସବୁ ସଦସ୍ୟଙ୍କୁ ବିଜେଡି ହ୍ୱିପ୍ ଜାରି କରିଥିଲା ।

Comments are closed.