ତିର୍ତୋଲ ଆସନ ବଜାୟ ରଖିଲା ବିଜେଡି, ୪୦ ହଜାରରୁ ଅଧିକ ଭୋଟରେ ଜିତିଲେ ବିଜୟ ଶଙ୍କର ଦାସ

ଭୁବନେଶ୍ୱର- ତିର୍ତୋଲ ଆସନ ବଜାୟ ରଖିଛି ବିଜେଡି । ନବୀନଙ୍କ ନେତୃତ୍ୱ ଉପରେ ପୁଣି ଆସ୍ଥା ସ୍ଥାପନ କରିଛନ୍ତି ଭୋଟର୍ । ଏଠାରେ ହୋଇଥିବା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଜୟ ଦାସ, ନିକଟତ ପ୍ରତିଦ୍ୱନ୍ଦୀ ରାଜକିଶୋର ବେହେରାଙ୍କୁ ୪୦ ହଜାର ୨୯୬ ଭୋଟରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ମୋଟ ୮୬ ହଜାର ୧୮୬ ଭୋଟ୍ ପାଇଛନ୍ତି । ରାଜକିଶୋର ବେହେରା ୪୫ ହଜାର ୮୯୦ ଓ କଂଗ୍ରେସ ପ୍ରାର୍ଥୀ ୨୮ ହଜାର ୩୧୨ ଭୋଟ୍ ପାଇଛନ୍ତି । ୨୦୧୯ ନିର୍ବାଚନରେ ଏଠାରେ ବିଜେଡି ୯୩ ହଜାର ୭୭୪ ଭୋଟ୍ ପାଇଥିଲା ।

Comments are closed.