ଭୁବନେଶ୍ୱର- ମୋଦି ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । କିଛି ରାଜନୈତିକ ଦଳ ଓ ଅନ୍ୟାନ୍ୟ ସଂଗଠନ ମଧ୍ୟ ଭାରତବନ୍ଦକୁ ସମର୍ଥନ କରିଛନ୍ତି । କଂଗ୍ରେସ ବି ଏହି ବନ୍ଦକୁ ସମର୍ଥନ କରିବାକୁ ନିଷ୍ପତି ନେଇଛି । ରାଜ୍ୟରେ ଆସନ୍ତାକାଲିର ବନ୍ଦ ପାଳନକୁ ବିଜେଡି ସମର୍ଥନ କରିବ କି ନାହିଁ , ସେ ବାବଦରେ ସୁୁ୍ପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତି ନେବେ ବୋଲି ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି ।
Comments are closed.