ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଅରମାନ୍ କୋହଲି ଗିରଫ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଶନିବାର ବିଳମ୍ବିତ ରାତିରେ ବଲିଉଡ୍ ଅଭିନେତା ଅରମାନ୍ କୋହଲିଙ୍କୁ ଗିରଫ କରିଛି । ଜୁହୁ ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ଏନ୍‌ସିବି ଅରମାନଙ୍କୁ ଗିରଫ କରିଥିଲା । ତାଙ୍କ ଘରୁ କୋକେନ୍ ମଧ୍ୟ ଜବତ କରାଯାଇଥିବା କୁହାଯାଇଛି । ଅରମାନଙ୍କୁ ଆଜି ଏନ୍‌ସିବି କୋର୍ଟରେ ହାଜର କରିବ ।

ଅରମାନଙ୍କ ସହ ଡ୍ରଗ୍ସ ମାଫିଆ ଅଜୟ ରାଜୁଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନ୍‌ସିବି ଜୋନାଲ ଡାଇରେକ୍ଟର (ମୁମ୍ବାଇ) ସମୀର ୱାଙ୍ଖେଡେ କହିଛନ୍ତି ଯେ, ଅରମାନ କୋହଲିଙ୍କୁ ଜେରା କରିବା ପରେ ଗିରଫ କରାଯାଇଥିଲା । ଜେରା ବେଳେ ସେ ଅସ୍ପଷ୍ଟ ଉତ୍ତର ଦେଇଥିଲେ । ତାଙ୍କ ଘରୁ କିଛି ମାତ୍ରାରେ କୋକେନ୍ ମଧ୍ୟ ଜବତ ହୋଇଛି ।

ଅରମାନଙ୍କ ପୂର୍ବରୁ ଏନ୍‌ସିବି ଶୁକ୍ରବାର ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ମଧ୍ୟ ଗିରଫ କରିଥିଲା । ଗୌରବଙ୍କ ଘରୁ ‘ଏମ୍‌ଡି’ ଏବଂ ‘ଚାରସ୍‌’ ଜବତ ହୋଇଥିଲା । ଗୌରବଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଏନ୍‌ସିବି ହାଜତକୁ ପଠାଇ ଦିଆଯାଇଛି ।

Comments are closed.