ଦେଢ ବର୍ଷ ପରେ ଖୋର୍ଦ୍ଧା ରୋଡ୍ ଡିଭିଜନର ସବୁ ଷ୍ଟେସନରେ ପୁଣି ପ୍ଲାଟଫର୍ମ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର- ଦେଢ ବର୍ଷ ପରେ ପୁଣି ରେଳ ଷ୍ଟେସନ ପ୍ଲାଟଫର୍ମ ଟିକେଟ ବିକ୍ରି ଆରମ୍ଭ ହୋଇଛି । କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଡିଭିଜନ ଅଧୀନରେ ଥିବା ସମସ୍ତ ଷ୍ଟେସନରେ ଆଜିଠାରୁ ପୁଣି ପ୍ଲାଟଫର୍ମ ଟିକେଟ ବିକ୍ରି ଆରମ୍ଭ ହୋଇଛି । ପ୍ଲାଟଫର୍ମ ଟିକେଟ ମୂଲ୍ୟ ୧୦ ଟଙ୍କା ରହିଛି । ସବୁ ୧୩୫ଟି ଷ୍ଟେସନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

Comments are closed.