ବେଲ୍ ନା ଜେଲ୍? ଆଜି ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ: କର୍ଡେଲିଆ କ୍ରୁଜରୁ ଡ୍ରଗ୍ସ ଜବତ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ଆଜି ଉକ୍ତ ମାମଲାରେ ଗିରଫ ହୋଇଥିବା ଫ୍ୟାଶନ ମଡେଲ ମୁନମୁନ ଧାମେଚାଙ୍କ ଜାମିନ ଆବେଦନ ଉପରେ ମଧ୍ୟ କୋର୍ଟ ଶୁଣାଣି କରିବେ। ଏହାପୂର୍ବରୁ ଏକ ସ୍ୱତନ୍ତ୍ର ଅଦାଲତ ଆର୍ୟନ ଖାନଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ।

ଏନସିବି ସୂତ୍ର ଅନୁଯାୟୀ, ଜାମିନ ଶୁଣାଣି ପୂର୍ବରୁ ସେସନ୍ସ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ହାଇକୋର୍ଟରେ ଉପସ୍ଥାପନ କରାଯିବ। ସାକ୍ଷୀ ତଥା ପଞ୍ଚନାମା କରୁଥିବା ବ୍ୟକ୍ତିମାନଙ୍କୁ କିପରି ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଛି ତାହା ଏନସିବି ହାଇକୋର୍ଟଙ୍କୁ ଜଣାଇବ। ଦ୍ବିତୀୟତଃ ଏହି ମାମଲାର ତଦାରଖ କରୁଥିବା ଏନସିବି ଜୋନାଲ୍ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖେଡେଙ୍କୁ କିପରି ଧମକ ଦିଆଯାଉଛି, ତାଙ୍କୁ ଏବଂ ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି ଏବଂ ଅନୁସନ୍ଧାନକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରାଯାଉଛି ତାହା ମଧ୍ୟ ଏନସିବି କୋର୍ଟକୁ ଜଣାଇବ ।

Comments are closed.