ସୀମା ଉତେଜନା : ଲଦାଖର ପେଂଗୋଗ୍ ଅଂଚଳରେ ସୈନ୍ୟ ଠୁଳ କରୁଛି ଚୀନ, ଭାରତ ମୁତୟନ କଲା ବୋଫର୍ସ ତୋପ, ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ମସ୍କୋ- ସୀମାରେ ଉତେଜନା ହ୍ରାସ ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ମସ୍କୋରେ କଥାବାର୍ତା ହୋଇଛି । ସୀମାରେ ଶାନ୍ତି ପାଇଁ ଉଭୟ ଦେଶ ମଧ୍ୟରେ ପଂଚସୂତ୍ରୀ ସହମତି ହୋଇଥିବ ଜଣାପଡିଛି । ଆଲୋଚନା ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ତରଫରୁ ଜାରି ମିଳିତ ବିବୃତିରେ କୁହାଯାଇଛି ଯେ, ବର୍ତମାନର ସୀମା ସ୍ଥିତି କୌଣସି ଦେଶକୁ ଲାଭବାନ କରିବ ନାହିଁ । ବିବାଦର ସମାଧାନ ପାଇଁ ଦୁଇ ଦେଶ ଯତ୍ନବାନ ହେବେ ବୋଲି ବିବୃତିରେ କୁହାଯାଇଛି । ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ କଥାବାର୍ତା ଜାରି ରଖିବାକୁ ସମ୍ମତି ହୋଇଛି ।

ମସ୍କୋରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିବା ବେଳେ ଏଲଏସିରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ପହଂଚିଛନ୍ତି । ଶାନ୍ତି ପ୍ରତିଷ୍ଠାର କଥା କହିଥିଲେ ମଧ୍ୟ ଚୀନ୍ ପେଂଗୋଗ୍ ଅଂଚଳରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରୁଛି । ଚୀନ ସେନାର ମୁକାବିଲା ପାଇଁ ଭାରତୀୟ ସେନା ଏଲଏସିରେ ବୋଫର୍ସ ତୋପ ମୁତୟନ କରିଛି । ବୋଫର୍ସ ତୋପ ସହ ପ୍ରାୟ ୪୦ ହଜାର ଭାରତୀୟ ଯବାନଙ୍କୁ ଏଲଏସିରେ ମୁତୟନ କରାଯାଇଛି । ଭାରତ ପୂର୍ବ ଲଦାଖର ବିଭିନ୍ନ ଅଂଚଳରେ ନିଜର ଦୃଢତା ବୃଦ୍ଧି କରିଛନ୍ତି । ଏଣେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି ।

Comments are closed.