ଫିଫା ବିଶ୍ୱକପ: ପ୍ରି-କ୍ୱାର୍ଟରରେ ବ୍ରାଜିଲ, ପର୍ତ୍ତୁଗାଲ

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ରେ ପର୍ତ୍ତୁଗାଲ ଜୟଯାତ୍ରା ଜାରି ରଖିଛି । ଗ୍ରୁପ୍-ଏଚ୍’ର ଏକ ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦଳ ଉରୁଗୁଏକୁ ୨-୦ରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି |

ତେବେ କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି ମ୍ୟାଚରେ ତାଙ୍କ ଯାଦୁ ଦେଖାଇ ପାରିନଥିଲେ । ପର୍ତ୍ତୁଗାଲ ପକ୍ଷରୁ ଦୁଇଟି ଯାକ ଗୋଲ୍ ବ୍ରୁନୋ ଫର୍ଣ୍ଣାଣ୍ଡିସ୍ କରିଥିଲେ। ଅନ୍ୟପକ୍ଷରେ ଷ୍ଟାର ଷ୍ଟ୍ରାଇକର ନେମାରଙ୍କ ବିନା ଖେଳୁଥିବା ବ୍ରାଜିଲ ୧-୦ରେ ସ୍ୱିଜରଲ୍ୟାଣ୍ଡକୁ ହରଇ ରାଉଣ୍ଡ-୧୬ ରେ ପ୍ରବେଶ କରିଛି । ଦଳ ପକ୍ଷରୁ କାସିମାରୋ ଏକମାତ୍ର ଗୋଲ୍ ସ୍କୋର୍ କରିଥିଲେ । ପୂର୍ବରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦଳ ଭାବେ ଫ୍ରାନ୍ସ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଥିଲା ।

Comments are closed.