ଓମିକ୍ରନ୍ ବିପଦ ନେଇ ପୁଣି ରାଜ୍ୟମାନଙ୍କୁ ସତର୍କ କରାଇଲା କେନ୍ଦ୍ର, ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଦୁଇ ରୋଗୀ ଚିହ୍ନଟ ହେବା ଏବଂ ଦେଶରେ ଓମିକ୍ରନର ବର୍ଦ୍ଧିଷ୍ଣୁ ବିପଦ ମଧ୍ୟରେ କେନ୍ଦ୍ର ସରକାର ପୁଣି ଥରେ ରାଜ୍ୟମାନଙ୍କୁ ଏହି ନୂଆ କୋଭିଡ୍ ଭାରିଆଣ୍ଟ ନେଇ ସତର୍କ କରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶୁକ୍ରବାର ଦିନ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଜାରି କରାଯାଇଥିବା ଗାଇଡ୍ ଲାଇନ୍ ପାଳନ କରିବା ଏବଂ ଯାଞ୍ଚ୍ ଆହୁରି କଡ଼ାକଡ଼ି କରିବାକୁ କୁହାଯାଇଛି।

ନମୁନା ଗୁଡ଼ିକର ଅଧିକରୁ ଅଧିକ ଜେନୋମ ସିକ୍ୱେନ୍ସିଂ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା କ୍ଲଷ୍ଟର ଗୁଡ଼ିକ ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି। ଏଥିସହ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଏବଂ କୋଭିଡ୍ ନିୟମ ପାଳନ କରିବାକୁ କୁହାଯାଇଛି।

Comments are closed.