ବାତ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ, ସାପ୍ତାହିକ ରବିବାର ଛୁଟି ବାତିଲ

ଭୁବନେଶ୍ୱର- ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଥିବା ବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ମୁକାବିଲା ପ୍ରସ୍ତୁତି ଜୋରଦାର ଚାଲିଛି । ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ସାପ୍ତାହିକ ରବିବାର ଛୁଟିକୁ ବାତିଲ କରିଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛୁଟିରେ ଥିବା କର୍ମଚାରୀଙ୍କୁ ଫେରିଆସିବାକୁ କୁହାଯାଇଛି ।

Comments are closed.