ଓମିକ୍ରନ୍ ଆତଙ୍କ: ରାଜ୍ୟମାନଙ୍କୁ ସତର୍କ କରାଇଲା କେନ୍ଦ୍ର; ଟେଷ୍ଟିଂ, ଟିକାକରଣ ବଢ଼ାଇବାକୁ ପରାମର୍ଶ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ସମଗ୍ର ବିଶ୍ୱରେ ସମ୍ପ୍ରତି ଆତଙ୍କ ଖେଳିଯାଇଛି | ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରମଣଶୀଳ ଓ‌ ଘାତକ ବିବେଚନା କରାଯାଉଥିବା ଏହି ଭାରିଆଣ୍ଟ ଦକ୍ଷିଣ ଆଫ୍ରିକା ପରେ ଅନ୍ୟ କିଛି ଦେଶକୁ ମଧ୍ୟ ବ୍ୟାପିଛି | ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସତର୍କ କରାଇଛନ୍ତି। ଟେଷ୍ଟିଂ, ଟ୍ରେସିଂ କରିବା ସହିତ କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦେବା ଏବଂ ଟିକା କଭରେଜକୁ ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛି।

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ରାଜ୍ୟଗୁଡ଼ିକ କୋଭିଡ ହଟସ୍ପଟ ଉପରେ ନଜର ରଖିବା ଉଚିତ। ମନ୍ତ୍ରଣାଳୟ କହିଛି ଯେ ଏକ ସତର୍କତା ଅନୁଯାୟୀ ଯେଉଁ ଦେଶରେ ଏହି ଓମିକ୍ରନ୍ ଭାରିଆଣ୍ଟ ଦେଖିବାକୁ ମିଳିଛି ସେହି ଦେଶଗୁଡିକ ବିପଦପୂର୍ଣ୍ଣ ଦେଶ ଭାବରେ ଚିହ୍ନଟ ହୋଇଛି । ଏହାଛଡ଼ା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟମାନଙ୍କୁ କହିଛି କେନ୍ଦ୍ର ।

Comments are closed.