ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ମହିଳା ସେନାଧିକାରୀଙ୍କୁ ସ୍ଥାୟୀ କମିଶନ ନେଇ କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ସମସ୍ତ ଯୋଗ୍ୟ ମହିଳା ସେନାଧିକାରୀଙ୍କୁ ସ୍ଥାୟୀ କମିଶନ ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ସ୍ଥାୟୀ କମିଶନ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିବାରୁ ସୁପ୍ରିମକୋର୍ଟ ସେନା ବିରୋଧରେ ଅବମାନନା ମାମଲା ଚଳାଇବାକୁ ଚେତାବନୀ ଦେଇଥିଲେ।

ସ୍ଥାୟୀ କମିଶନ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ୧୧ ଜଣ ମହିଳା ସେନାଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ଉପରେ ପ୍ରାଥମିକତା ଭିତ୍ତିରେ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର କୋର୍ଟଙ୍କୁ କହିଛି।

ଅକ୍ଟୋବରରେ ଭାରତୀୟ ସେନା ୩୯ ଜଣ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିଥିଲେ। ନଭେମ୍ବର ୧ ସୁଦ୍ଧା ସେମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ସେନାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.