ମଦର ଟେରେସାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଂଜଳି

ଭୁବନେଶ୍ୱର : ଆଜି ହେଉଛି ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଭାରତ ରତ୍ନ ମଦର ଟେରେସାଙ୍କ ଜୟନ୍ତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ମଦର ଟେରେସାଙ୍କ ମାନବ ସେବାକୁ ସ୍ମରଣ କରିଛନ୍ତି ।

ମଦର ଟେରେସା ଗରିବ, ଅନାଥ, ରୋଗୀ ଓ ଲାଂଛିତଙ୍କ ସେବାରେ ସାରା ଜୀବନ ଉତ୍ସର୍ଗ କରିଦେଇଥିଲେ । ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଆମକୁ ସବୁବେଳେ ପ୍ରେରଣା ଯୋଗାଉଥିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Comments are closed.