ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପିତୃ ବିୟୋଗ

ଟିଟିଲାଗଡ- ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ବାପା ଗୌରୀଶଙ୍କର ତ୍ରିପାଠୀଙ୍କ ଶୁକ୍ରବାର ଟିଟିଲାଗଡ ହାଟପଦାପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କୁ ୯୬ ବର୍ଷ ହୋଇଥିଲା । ସ୍ୱର୍ଗତଃ ତ୍ରିପାଠୀ ୧୯୨୪ ମସିହା ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଯୋଗୀସୁରଡା ଗାଁରେ ଜନ୍ମଗ୍ରହଣ କରିଥିଲେ । ପ୍ରାରମ୍ଭିକ ଶିକ୍ଷା ସିନ୍ଧେକେଲାରେ ସଂପନ୍ନ କରିଥିଲେ । ପରେ ସେ ଉଚ୍ଚ ଶିକ୍ଷା ଲାଭ କରି ବିଡିଓ ଭାବେ ଟିଟିଲାଗଡ, ସଇଁନ୍ତଳା, ବଲାଙ୍ଗିର ଆଦି ଅଂଚଳରେ କାର୍ଯ୍ୟ କରିଥିଲେ । ସ୍ୱର୍ଗତଃ ତ୍ରିପାଠୀଙ୍କ ୫ ପୁଅ ଦୁଇ ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ପୁଅ ଅଜିତଙ୍କ ବିୟୋଗ ହୋଇସାରିଛି । ଅନ୍ୟ ପୁଅମାନେ ଉଚ୍ଚ ପଦପଦବୀରେ ଅଛନ୍ତି । ସ୍ୱର୍ଗତଃ ତ୍ରିପାଠୀ ଜଣେ ସାହିତ୍ୟାନୁରାଗୀ ତଥା ପରିବେଶପ୍ରେମୀ ଭାବେ ବେଶ୍ ଜଣାଶୁଣା ଥିଲେ ।

Comments are closed.