ଚନ୍ଦ୍ର ପୃଷ୍ଠରୁ ପଥର ଏବଂ ମାଟି ନମୁନା ନେଇ ଫେରିଲା ଚୀନର ଚନ୍ଦ୍ରଯାନ

ବେଜିଂ – ଚୀନର ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରୁ ପଥର ଏବଂ ମାଟି ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଛି। ଚୀନର ସରକାରୀ ଗଣମାଧ୍ୟମ ସୂଚନା ଅନୁସାରେ ‘ଚାଙ୍ଗ ଇ୫’ ଗୁରୁବାର ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ସିଜିୱାଙ୍ଗ ଅଞ୍ଚଳରେ ଅବତରଣ କରିଛି।

‘ଚାଙ୍ଗ ଇ୫’ ର ଚାରୋଟି ମଡ୍ୟୁଲ୍ ମଧ୍ୟରୁ ଦୁଇଟି ଡିସେମ୍ବର ୧ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା ​​ଏବଂ ପ୍ରାୟ ଦୁଇ କିଲୋଗ୍ରାମ ନମୁନା ଖନନ କରି ସଂଗ୍ରହ କରିଥିଲା ।

ଏହି ନମୁନାଗୁଡିକ ବନ୍ଦ ପାତ୍ରରେ ରଖାଯାଇ ଫେରନ୍ତା ମଡ୍ୟୁଲକୁ ସ୍ଥାନାନ୍ତରିତ କରାଯାଇଥିଲା | ‘ଚାଙ୍ଗ ଇ୫’ ହେଉଛି ଚାଇନାର ତୃତୀୟ ଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି ।

ଚୀନ୍‌ର ମହତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନକୁ ଯୋଡିବା ପାଇଁ ଏହା ଏକ ସାମ୍ପ୍ରତିକ ଅଭିଯାନ । ଅଭିଯାନର ଏକ ଅଂଶ ଭାବେ ପଠାଯାଇଥିବା ‘ଚାଙ୍ଗ ଇ୫’ ହେଉଛି ଚନ୍ଦ୍ରର ସୁଦୂର ଅଞ୍ଚଳରେ ପହଞ୍ଚିଥିବା ପ୍ରଥମ ଯାନ । ଏହାପୂର୍ବରୁ ସୋଭିଏତ ସଂଘ ନିଜ ‘ଲୁନା ୨୪’ ମହାକାଶଯାନ ମାଧ୍ୟମରେ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରିଥିଲା ।

Comments are closed.