ମାର୍ଚ୍ଚରୁ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା, ୩୦୨୭ କେନ୍ଦ୍ର ଓ ୫ ଲକ୍ଷରୁ ଅଧିକ ପରିକ୍ଷାର୍ଥୀ

ଭୁବନେଶ୍ବର – ମାର୍ଚ୍ଚ ୧୦ ତାରିଖରୁ ୧୭ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ଏ ନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଏଥର ୩ ହଜାର ୨୭ଟି କେନ୍ଦ୍ରରେ ପରୀକ୍ଷା ହେବ । ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ଖୁବଶୀଘ୍ର ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ବାହାରିବ । ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପ୍ରଶ୍ନପତ୍ର ସମାନ ରହିବ ବୋଲି ସୂଚନା ମିଳିଛି।

ଏଥିସହ ସମ୍ମେଟିଭ ଓ୍ବାନ୍ ଭଳି ସମ୍ମେଟିଭ ଟୁ ପରୀକ୍ଷା ହେବ । ଯେଉଁମାନେ ସମ୍ମେଟିଭ -୧ ପରୀକ୍ଷା ଦେଇଥିବେ କିମ୍ବା ଫର୍ମ ପୂରଣ କରିଥିବେ ସେମାନେ ସମ୍ମେଟିଭ -୨ ପରୀକ୍ଷା ଦେଇପାରିବେ । ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ନବମ ଶ୍ରେଣୀ ସମ୍ମେଟିଭ୍-୨ ପରୀକ୍ଷା ଫେବ୍ରୁଆରୀ ୨୦ରୁ ୨୫ତାରିଖ ପର୍ଯ୍ୟନ୍ତ ହେବ। ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୯ରୁ ହେବ। ପରୀକ୍ଷା ମୂଲ୍ୟାୟନ ଫେବ୍ରୁଆରୀ ୨୨ରୁ ୨୮ତାରିଖ ପର୍ଯ୍ୟନ୍ତ ହେବ । ନବମ ଶ୍ରେଣୀ ପରୀକ୍ଷା ଫଳ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରକାଶ ପାଇବ । ଏପ୍ରିଲରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Comments are closed.