ବନ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ,ଚାଷୀଙ୍କ ମିଳିବ ୩ ଶହ କୋଟିର ସହାୟତା

ଭୁବନେଶ୍ୱର- ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁଁ ଆସିଥିବା ବନ୍ୟା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଶହ କୋଟି ଟଙ୍କାର ବନ୍ୟା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟାରେ ୩୩ ପ୍ରତିଶତରୁ କମ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଏକର ପିଛା ୬ ହଜାର ୮ ଶହ ଟଙ୍କା । ବାରମାସୀ ଫସଲ ପାଇଁ ଏକର ପ୍ରତି ମିଳିବ ୧୮ ହଜାର ଟଙ୍କା । ଜଳସେଚିତ ଜମି ପାଇଁ ମିଳିବ ୧୩ ହଜାର ୫ ଶହ ଟଙ୍କା । ଏହାଛଡା ୫୦ ପ୍ରତିଶତ ସବସିଡିରେ ୨ ହଜାର ପାଣି ପମ୍ପ ସେଟ୍ ଯୋଗାଇ ଦିଆଯିବ । ପମ୍ପ ବାବଦକୁ ସର୍ବାଧିକ ୧୫ ହଜାର ଟଙ୍କାର ସବସିଡି ମିଳିବ । ବନ୍ୟା ପ୍ରଭାବିତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫ ହଜାର ପାୱାର ସେଭର ବି ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Comments are closed.