ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେଲେ କନରାଡ ସାଙ୍ଗମା

ଶିଲଂ: ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ କନରାଡ ସାଙ୍ଗମା ଲଗାତାର ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ଯୋଗ ଦେଇଥିଲେ। ଏହି ଶପଥ ଗ୍ରହଣ ଉତ୍ସବ ରାଜ୍ୟ ରାଜଧାନୀ ଶିଲଂର ରାଜ ଭବନରେ ଅନୁଷ୍ଠିତ ହୋଇଥିଲା।

କନରାଡ ସାଙ୍ଗମାଙ୍କ ପ୍ରତି ୪୫ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ଫେବୃୟାରୀ ୨୬ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏନପିପି ୨୬ଟି ସିଟ୍ ଜିତିଥିବା ବେଳେ ଏହାର ପୂର୍ବତନ ସହଯୋଗୀ ୟୁଡିପି ୧୧ଟି ସିଟ୍ ଜିତିଛି | ଅନ୍ୟପକ୍ଷରେ ବିଜେପି ମାତ୍ର ଦୁଇଟି ଆସନ ଜିତିଥିଲା ।

ଫଳାଫଳ ଆସିବା ପରେ ବିଜେପି ଏନପିପିକୁ ସମର୍ଥନ କରିବାକୁ ଘୋଷଣା କରିଥିଲା।

Comments are closed.