ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ: ସମ୍ବଲପୁର ଏସପି

ସମ୍ବଲପୁର – ବୁର୍ଲା ଭିସୁଟର ଛାତ୍ରୀ ଚିନ୍ମୟୀ ସାହୁଙ୍କୁ ହତ୍ୟା କରାଯାଇ ନାହିଁ। ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ସମ୍ବଲପୁର ଏସ.ପି ବି. ଗଙ୍ଗାଧର । ଚିନ୍ମୟୀଙ୍କୁ ମର୍ଡର କରାଯାଇନି, ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି । ତେବେ ସେ କେମିତି ପାଣିରେ ବୁଡିଲେ , ସେ ନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି। ଥାନାରେ ଅଟକ ଦୁଇ ପୁରୁଷ ବନ୍ଧୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯିବ ବୋଲି ସେ କହିଛନ୍ତି । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁଣି ଥାନାକୁ ଡକାଯିବ। ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାରେ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଏସଏଫଏସଏଲ ପକ୍ଷରୁ ସମ୍ବଲପୁର ଏସପିଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଦିଆଯାଇଛି । ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଏସପି ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ ବୋଲି କହିଛନ୍ତି।
ଫେବ୍ରୁଆରୀ ୨୮ ତାରିଖରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା ।

Comments are closed.