ରାଜ୍ୟରେ ୨ ହଜାର ୭୫୨ ନୂଆ କୋରୋନା ପଜିଟିଭ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୨୩, ଦ୍ୱିତୀୟ ସ୍ଥାନରେ କଟକ , ୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୭୫୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୭୦୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ହେଉଛି ୧ ହଜାର ୪୪ ।

ନୂଆ ଦିନିକିଆ ତାଲିକାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି କଟକ ଜିଲ୍ଲା । ଜିଲ୍ଲାରୁ ୨୪୭ ରୋଗୀ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୨୧୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୧୨ ନୂଆ ରୋଗୀ ।

ଦିନକରେ ୧୦୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ ଜିଲ୍ଲାଗୁଡିକ ହେଲା ରାୟଗଡା ( ୧୭୭ ) କୋରାପୁଟ ( ୧୭୪) , ପୁରୀ ( ୧୪୪ ) , ମୟୂରଭଂଜ ( ୧୩୭), ବାଲେଶ୍ୱର ( ୧୨୯ ). ନୟାଗଡ ( ୧୦୩ ) , ମାଲକାନଗିରି ( ୧୦୧ ) ଓ ଜଗତସିଂହପୁର ( ୧୦୧ ) ।

ସେପଟେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୪୨୮କୁ ବୃଦ୍ଧି ପାଇଛି । ଦିନକରେ ଆଉ ୯ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଗଂଜାମ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ବାଲେଶ୍ୱର, ବଲାଙ୍ଗିର, କଟକ, ଗଜପତି ଓ ଖୋର୍ଧା ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Comments are closed.