କରୋନା ଅପଡେଟ୍‌: ୧୩୭ ଦିନ ପରେ ସକ୍ରିୟ ମାମଲା ସର୍ବନିମ୍ନ

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ଦେଶରେ ଗତ ଏକ ସପ୍ତାହ ଧରି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାରରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଆଉ ୩୬,୦୧୧ ନୂଆ ମାମଲା ଆସିଛି । ସଂକ୍ରମିତଙ୍କ ତୁଳନାରେ ଦୈନିକ ସୁସ୍ଥ ସଂଖ୍ୟା କିନ୍ତୁ ଏହାଠାରୁ ଅଧିକ ରହିଛି । ଦିନକରେ ଆଉ ୪୧,୯୭୦ ରୋଗୀ ସୁସ୍ଥ ହୋଇଛନ୍ତି । ଆଉ ୪୮୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ ଲକ୍ଷ ୪୪ ହଜାର ୨୨୨କୁ ବୃଦ୍ଧି ପାଇଛି । ଏବେ ମୋଟ ସକ୍ରିୟ ମାମଲା ତଳକୁ ଖସି ୪ ଲକ୍ଷ ୪ ହଜାର ୪୨୮ ରହିଛି । ଯାହା ୧୩୭ ଦିନ ପରେ ସର୍ବନିମ୍ନ । ଦେଶରେ ଏବେ ସୁଦ୍ଧା କରୋନାରୁ ୯୧ ଲକ୍ଷ ୭୯୨ ଜଣ ଲୋକ ସୁସ୍ଥ ହେଲେଣି । ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜର ୧୮୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ସୁସ୍ଥ ହାର ୯୪.୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି ।

Comments are closed.