କରୋନା ଅପଡେଟ୍: ଦେଶରେ ଆଉ ୩୪,୪୫୭ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ସମୁଦାୟ ୩୪,୪୫୭ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩,୨୩,୯୩,୨୮୬କୁ ବୃଦ୍ଧି ପାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଏହି ମହାମାରୀ ଯୋଗୁଁ ଦେଶରେ ମୋଟ ୩୭୫ ଜଣଙ୍କର ମୃତ୍ୟୁ ଘଟିଛି। ସାରା ଦେଶରେ କୋଭିଡ-୧୯ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ୪,୩୩,୯୬୪ ଲୋକ ପ୍ରାଣ ହରାଇଛନ୍ତି।

ବର୍ତ୍ତମାନ ଦେଶରେ ସମୁଦାୟ ୩,୬୧,୩୪୦ ସକ୍ରିୟ ମାମଲା ରହିଛି, ଯାହା ଗତ ୧୫୧ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ହାର ୧.୧୨ ପ୍ରତିଶତ ରହିଛି। ମାର୍ଚ୍ଚ ୨୦୨୦ ଠାରୁ ଏହା ମଧ୍ୟ ହ୍ରାସ ପାଇଛି | ଦେଶରେ ଆରୋଗ୍ୟ ହାର ୯୭.୫୪ ପ୍ରତିଶତକୁ ବୃଦ୍ଧି ପାଇଛି। ମାର୍ଚ୍ଚ ୨୦୨୦ ଠାରୁ ଏହା ସର୍ବାଧିକ |

ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୩୬,୩୪୭ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୩,୧୫,୯୭,୯୮୨ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ସାପ୍ତାହିକ ପଜିଟିଭିଟି ହାର ୧.୯୮ ପ୍ରତିଶତର ରେକର୍ଡ କରାଯାଇଛି, ଯାହା ଗତ ୫୭ ଦିନ ପାଇଁ ୩ ପ୍ରତିଶତରୁ କମ୍ ରହିଛି। ଦୈନିକ ପଜିଟିଭିଟି ହାର ମଧ୍ୟ ୨ ପ୍ରତିଶତ ରେକର୍ଡ କରାଯାଇଛି, ଯାହା ଗତ ୨୬ ଦିନ ମଧ୍ୟରେ ତିନି ପ୍ରତିଶତରୁ କମ୍ ରହିଛି |

ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ସମୁଦାୟ ୩୬ ଲକ୍ଷ ୩୬ ହଜାର ୪୩ ଡୋଜ ଟିକା ଦିଆଯାଇଛି। ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ଦେଶର ମୋଟ ୫୭.୬୧ କୋଟି ଟିକା ଡୋଜ୍ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୫୦.୪୫ କୋଟି ନମୁନା ପରୀକ୍ଷା କରାଯାଇଛି।

Comments are closed.