କରୋନା ଅପଡେଟ୍: ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୬ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୩୬,୬୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୬ ଲକ୍ଷ ଟପିଛି । ସେହିପରି ଦିନରେ ଆଉ ୫୧୨ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତର ପଞ୍ଚମ ଦିନ ପାଇଁ ଦୈନିକ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ଅଆଉ ୪୨,୫୩୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ ଲକ୍ଷ ୮ ହଜାରକୁ ବୃଦ୍ଧି ପାଇଛି । ଏହି ମହାମାରୀ ଦେଶରେ ଏଯାବତ୍ ୧ ଲକ୍ଷ ୩୯ ହଜାର ୭୦୦ ରୋଗୀଙ୍କ ପ୍ରାଣ ନେଲାଣି । କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୯୦ ଲକ୍ଷ ୫୮ ହଜାରରେ ପହଞ୍ଚିଛି । ଏବେ ଦେଶରେ କେବଳ ୪ ଲକ୍ଷ ୯ ହଜାର ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.