ଦୁର୍ନୀତି ବିକାଶର ସବୁଠୁ ବଡ ଶତ୍ରୁ, ମୂଳୋତ୍ପାଟନ ଜରୁରୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଦୁର୍ନାତି ବିରୋଧରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଆହୁରି କଡା ହେବ । ବିଜେଡି ରାଜ୍ୟ ପରିଷଦ ବୈଠକରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତିକୁ ବିକାଶର ସବୁଠୁ ବଡ ଶତ୍ରୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ରାଜ୍ୟ ପରିଷଦ ବୈଠକରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଗରିବୀ, ଆଂଚଳିକ ଅସମାନତା ବିରୋଧରେ ଲଢେଇ କରୁଛୁ । ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା, ଅପାରଗତା ବିରୋଧରେ ଲଢେଇ ଜାରି ରହିଛି । ନବୀନ ଆହୁରି ବି କହିଛନ୍ତି ଯେ, ସ୍ୱଚ୍ଛତା ଉପରେ ଗୁୁରୁତ୍ୱ ଦିଆଯିବା ଦରକାର ।

ଦୁର୍ନୀତିର ମୂଳୋତ୍ପାଟନ ନ କଲେ ଲଢେଇ ମୂଲ୍ୟହୀନ ହୋଇପଡିବ ବୋଲି ମୁଖ୍ୟମନ୍ତ୍ରୀ ବିଜେଡି ରାଜ୍ୟ ପରିଷଦ ବୈଠକକୁ ସମ୍ବୋଧନ କରି କହିଛନ୍ତି । ବିଜେଡି ସୁପ୍ରିମୋ କହିଛନ୍ତି ଯେ, ଦୁର୍ନୀତି ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହୋଇଛି । ଦୁର୍ନୀତିଗ୍ରସ୍ତଙ୍କ ସଂପତି ବ୍ୟାଜାପ୍ତି କରାଯାଇଛି । ଏଥିରେ ରାଜ୍ୟ ଦେଶରେ ଆଗୁଆ ରହିଛି ବୋଲି ନବୀନ କହିଛନ୍ତି ।

Comments are closed.