ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ନେତା ଓ ଅଫିସରମାନେ ସଂପତି ତାଲିକା ଦେବା ବାଧ୍ୟତାମୂଳକ

ଭୁବନେଶ୍ୱର- ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ନେତା ଓ ଅଫିସରମାନେ ସଂପତି ତାଲିକା ଦେବା ବାଧ୍ୟତାମୂଳକ ହେବ ବୋଲି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ।

ସରପଂଚଙ୍କଠାରୁ ମନ୍ତ୍ରୀ ଯାଁଏ ଓ ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଯାଏଁ ସମସ୍ତ ପ୍ରତିବର୍ଷ ଲୋକାୟୁକ୍ତଙ୍କ ନିକଟରେ ସଂପତି ତାଲିକା ଦାଖଲ କରିବେ ବୋଲି ଗୁରୁୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ନବୀନ ।

ଦୁର୍ନୀତି ବିରୋଧରେ ଲଢେଇ ସାଲିସବିହୀନ ହେବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ଆଗକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି । ବର୍ଷକ ମଧ୍ୟରେ ୯୧ ଜଣଙ୍କ ଚାକିରୀ ତାଙ୍କ ସରକାର ବନ୍ଦ କରିଛନ୍ତି ବୋଲି ନବୀନ କହିଛନ୍ତି । ଏଥିପାଇଁ ସାରା ଦେଶରେ ପ୍ରଶଂସା ମିଳିଛି ।

Comments are closed.