କରୋନା ବିରୋଧରେ କୋଭାକ୍ସିନ୍ ୭୭.୮% ଫଳପ୍ରଦ:ଲାନସେଟ୍ ଅଧ୍ୟୟନ

ନୂଆଦିଲ୍ଲୀ: ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଥିବା ଭାରତୀୟ ଟିକା ଭାରତ ବାୟୋଟେକର ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ତଥ୍ୟ ପ୍ରକାଶ ପାଇଛି। ପ୍ରସିଦ୍ଧ ମେଡିକାଲ ପତ୍ରିକା ‘ଦ ଲାନସେଟ୍’ ଜର୍ଣ୍ଣାଲରେ  ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ଫଳାଫଳ ପ୍ରକାଶ ପାଇଛି ।  ଏହି ଟିକା ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡ୍-୧୯ର ଡେଲ୍ଟା ଭାରିଏଣ୍ଟ ବିରୋଧରେ ୬୫.୨ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଇଛି ।  ଦେଶ ତଥା ବିଶ୍ୱରେ ଡେଲ୍ଟା ଭାରିଏଣ୍ଟ ଏବେ ବି ଚିନ୍ତାର ବିଷୟ ପାଲଟିଛି | ଭାରତରେ କରୋନାର ଦ୍ୱିତୀୟ ଲହରୀ ପଛରେ ଡେଲଟା ଭାରିଆଣ୍ଟ ମୁଖ୍ୟ କାରଣ ଥିଲା ।

ଲକ୍ଷଣଯୁକ୍ତ କରୋନା ରୋଗୀଙ୍କ କ୍ଷେତ୍ରରେ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ୭୭.୮ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡିଛି।  ଗୁରୁତର କରୋନା ରୋଗୀଙ୍କୁ ସୁରକ୍ଷା ଦେବାରେ କୋଭାକ୍ସିନ୍ ୯୩.୪ ପ୍ରତିଶତ ପ୍ରଭାବଶାଳୀ ଏବଂ ଲକ୍ଷଣବିହୀନ ରୋଗୀଙ୍କୁ କୋଭାକ୍ସିନ୍  ୬୩.୬% ପ୍ରଭାବଶାଳୀ ବୋଲି କୁହାଯାଇଛି ।

ସ୍ୱଦେଶୀ ଟିକା କୋଭାକ୍ସିନ୍ କରୋନାର ସମସ୍ତ ଭାରିଏଣ୍ଟରୁ ୭୦.୮ ପ୍ରତିଶତ ସୁରକ୍ଷା ଯୋଗାଇଥାଏ | ଭାରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କୋଭାକ୍ସିନ୍ ବିକଶିତ ହୋଇଛି |

ମେଡିକାଲ ଜର୍ନାଲ୍ ‘ଦି ଲାନସେଟ୍’ କହିଛି ଯେ ଡେଲଟା ସୁରକ୍ଷା ମନିଟରିଂ ବୋର୍ଡ ଟିକା ସହ ଜଡିତ କୌଣସି ସୁରକ୍ଷା ଜନିତ ଅଭିଯୋଗ କରିନାହାନ୍ତି । ପର୍ଯ୍ୟାୟ-୩ ପରୀକ୍ଷଣରେ କାର୍ଯ୍ୟକାରିତା ଏବଂ ନିରାପତ୍ତାକୁ ଆକଳନ କରିବା ପାଇଁ କରାଯାଇଥିବା ଏହି ଅଧ୍ୟୟନରେ ଭାରତର ୨୫ଟି ସ୍ଥାନରେ ୨୫,୮୦୦ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ।

Comments are closed.