ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ କୋରୋନା ସଂକ୍ରମଣ ହାର ତିନି ହଜାର ତଳେ, ଖୋର୍ଧା ଜିଲ୍ଲାରେ ବି ହ୍ରାସ, ୨୪ ଘଂଟାରେ ୪୪୮ ନୂଆ ରୋଗୀ

ଭୁବନେଶ୍ୱର- ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ହ୍ରାସ ପାଇଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ୩ ହଜାରରୁ ତଳେ ରହିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨ ହଜାର ୬୭୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୩କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ଖୋର୍ଧାରୁ ୪୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ବହୁ ଦିନର ବ୍ୟବଧାନ ପରେ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୫ ଶହ ତଳକୁ ଖସିଛି । କଟକରୁ ୨୧୪, ନୂଆପଡାରୁ ୧୫୯, କେନ୍ଦ୍ରାପଡାରୁ ୧୫୧, ଅନୁଗୁଳରୁ ୧୨୬, ପୁରୀରୁ ୧୨୪, ମୟୂରଭଂଜରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୯୭, ବଲାଙ୍ଗିରରୁ ୯୩, ଯାଜପୁରରୁ ୮୮, ସୁନ୍ଦରଗଡରୁ ୮୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୪୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୨ ଲକ୍ଷ ୬ ହଜାର ୪ ଶହ ସୁସ୍ଥ ହୋଇସାରିଛନ୍ତି । ୩୦ ହଜାର ୬୧୦ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଏଣେ ଦିନକରେ ରାଜ୍ୟରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.