ଦେଶରେ ଦିନକରେ ଚିହ୍ନଟ ହେଲେ ୮୮ ହଜାର ୬ ଶହ ନୂଆ ଆକ୍ରାନ୍ତ, ୧ ହଜାର ୧୨୪ ମୃତ

ନୂଆଦିଲ୍ଲୀ – ଦେଶରେ ଦିନକରେ ୮୮ ହଜାର ୬ ଶହ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ୯୨ ହଜାର ୫୩୩କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ କୋରୋନାରେ ୧ ହଜାର ୧୨୪ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ବର୍ତମାନ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୯୪ ହଜାର ୫୦୩କୁ ବୃଦ୍ଧି ପାଇଛି । ବଡ କଥା ହେଲା ଗତ ୨୪ ଘଂଟାରେ ୯୨ ହଜାର ୪୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସୁସ୍ଥ ଲୋକଙ୍କ ସଂଖ୍ୟା ୪୯ ଲକ୍ଷ ୪୧ ହଜାର ୬୨୭ରେ ପହଂଚିଛି । ୯ ଲକ୍ଷ ୫୬ ହଜାର ୪୦୨ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.