ଭାରତରେ କୋରୋନା ମୃତ୍ୟୁସଂଖ୍ୟା ଏକ ଲକ୍ଷର ନିକଟତର, ୨୪ ଘଂଟାରେ ୧୧୮୧ ମୃତ, ୮୬ ହଜାର ୮୨୧ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ – ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୯୮ ହଜାର ୬୭୮କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୧ ହଜାର ୧୮୧ ଜଣଙ୍କର ମୃତ୍ୟୁ ହୋଇଛି । ଏଣେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୮୬ ହଜାର ୮୨୧ ନୂଆ ଆକ୍ରାନ୍ତ । ଏଥିସହ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ୬୩ ଲକ୍ଷ ୧୨ ହଜାର ୫୮୫କୁ ବୃଦ୍ଧି ପାଇଛି । ତେବେ, ୫୨ ଲକ୍ଷ ୭୩ ହଜାର ୨୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୯ ଲକ୍ଷ ୪୦ ହଜାର ୭୦୫ ରହିଛି ।

Comments are closed.