ଦେଶରେ ୨୪ ଘଂଟାରେ ୭୫ ହଜାର ୮୦୯ ନୂଆ କୋରୋନା ରୋଗୀ ଚିହ୍ନଟ, ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୧ ଶହରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଲଗାତର ଦୁଇ ଦିନ ଧରି ଦେଶରେ କୋରୋନା ସଂକ୍ରମଣ ୯୦ ହଜାର ଲେଖାଏଁ ଅଧିକ ରହିଲା ପରେ ଗତ ୨୪ ଘଂଟାରେ ଏହି ସଂଖ୍ୟା କିଛିଟା ହ୍ରାସ ପାଇଛି । ଗତ ୨୪ ଘଂଟାରେ ଦେଶରେ ୭୫ ହଜାର ୮୦୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଦିନକରେ ପ୍ରାଣ ହରାଇଛନ୍ତି ୧ ହଜାର ୧୩୩ ରୋଗୀ ।

ପ୍ରଥମ ଥର ପାଇଁ ଦେଶରେ ଦିନକରେ କୋରୋନା ମୃତ୍ୟୁ ସଂଖ୍ୟା ୧ ୧୧ ଶହରୁ ଅଧିକ ହୋଇଛି । ଭାରତରେ ବର୍ତମାନ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୮୦ ହଜାର ୪୨୩ ହୋଇଥିବା ବେଳେ ଏଥିମଧରୁ ସକ୍ରିୟ ମାମଲା ହେଉଛି ୮ ଲକ୍ଷ ୮୩ ହଜାର ୬୯୭ । ଏ ଯାଏଁ ଦେଶରେ ୭୨ ହଜାର ୭୭୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ୩୩ ଲକ୍ଷ ୨୩ ହଜାର ୯୫୦ ରୋଗୀ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇସାରିଲେଣି ।

Comments are closed.