କୋଭିଡ ବିରୋଧୀ ଲଢେଇରେ ଗଂଜାମ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ, ଜିଲ୍ଲାରେ ଆରମ୍ଭ ହେଲା ଅକ୍ସିଜେନ ଯାଂଚ ଅଭିଯାନ

ବ୍ରହ୍ମପୁର – ଗଂଜାମ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇ ପରିସ୍ଥିତିରେ ଉନ୍ନତି ହୋଇଥିଲେ ମଧ୍ୟ କୌଣସି ସୁଯୋଗ ନେବାକୁ ଚାହୁଁନାହିଁ ଜିଲ୍ଲା ପ୍ରଶାସନ । କୋରୋନା ବିରୋଧୀ ଲଢେଇରେ ଆଉ ଏକ ପଦକ୍ଷେନ ନେଇଛି ଜିଲ୍ଲା ପ୍ରଶାସନ ।

ଆଜିଠାରୁ ଜିଲ୍ଲାର ସବୁ ବ୍ଲକ, ବିଜ୍ଞପିତ ଅଂଚଳ ପରିଷଦ ଓ ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ଅଂଚଳରେ ଲୋକଙ୍କ ଅକ୍ସିଜେନ୍ ଯାଂଚ ଆରମ୍ଭ ହୋଇଛି । କୋରୋନା ପଜିଟିଭ ଚିହ୍ନଟ କରିବାରେ ଏହି ପଦ କ୍ଷେପ ସହାୟକ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛି । ଘର ଘର ବୁଲି କୋରୋନା ଯୋଦ୍ଧାମାନେ ଅକ୍ସିଜେନ୍ ଯାଂଚ ଆରମ୍ଭ କରିଛନ୍ତି । ଅକ୍ସିଜେନ୍ ଯାଂଚ ବେଳେ ବରିଷ୍ଠ ନାଗରିକ ଓ ଗର୍ଭବତୀ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ ।

Comments are closed.