ରାଜ୍ୟରେ ଦୀର୍ଘ ୮ ମାସ ପରେ ହଜାରେ ତଳକୁ ଖସିଲା ସକ୍ରିୟ କୋରୋନା ମାମଲା, ୨୪ ଘଂଟାରେ ୭୧ ନୂଆ ରୋଗୀ

ଭୁବନେଶ୍ୱର- ରାଜ୍ୟରେ ଦାର୍ଘ ୮ ମାସ ପରେ ପ୍ରଥମ ଥର ପାଇଁ ହଜାରେ ତଳକୁ ଖସିଛି କୋରୋନା ସକ୍ରିୟ ମାମଲା ସଂଖ୍ୟା । ରାଜ୍ୟରେ ଏବେ ମାତ୍ର ୯୪୬ ଜଣ କୋରୋନା ରୋଗୀ ହିଁ ଚିକିତ୍ସାଧୀନ ଅଛନ୍ତି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି କୋଭିଡ ଯୋଦ୍ଧାଙ୍କୁ ଶ୍ରେୟ ଦେଇଛି । ଏଣେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୭୧ଟି ନୂଆ ମାମଲା ଆସିଛି । ସଂଗରୋଧରୁ ୪୨ ଓ ସ୍ଥାନୀୟ ଅଂଚଳରୁ ୨୯ଟି ମାମଲା ଚିହ୍ନଟ ହୋଇଛି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ୩୫ ହଜାର ୨୮୨ରେ ପହଂଚିଥିବା ବେଳେ ୩ ଲକ୍ଷ ୩୨ ହଜାର ୩୭୭ ଜଣ ସୁସ୍ଥ ହୋଇସାରିଲେଣି ।

Comments are closed.