ରାଜ୍ୟରେ କୋରୋନା ସଂକ୍ରମଣର ତଳମୁହାଁ ଗତି ଜାରି, ୨୪ ଘଂଟାରେ ୧୩ ଶହରୁ ତଳକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର – ରାଜ୍ୟରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୧୩ ଶହ ତଳକୁ ଖସିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରୁ ମାତ୍ର ୧ ହଜାର ୨୪୭ ନୂଆ ରୋଗୀ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ।

ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୦୬ ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୦୫, ସୁନ୍ଦରଗଡରୁ ୯୬, ମୟୂରଭଂଜରୁ ୭୧, ଅନୁଗୁଳରୁ ୬୯, ବଲାଙ୍ଗିରରୁ ୬୮, ଜଗତସିଂହପୁରରୁ ୫୪, କେନ୍ଦ୍ରାପଡାରୁ ୪୯, କେନ୍ଦୁଝରରୁ ୪୧, ଢେଙ୍କାନାଳରୁ ୪୦, ନୂଆପଡାରୁ ୩୮, ପୁରୀରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭ ଜଣ । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୯୪୨କୁ ବୃଦ୍ଧି ପାଇଥିବା ବେଳେ ୨ ଲକ୍ଷ ୬୬ ହଜାର ୧୦୫ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ସଂଖ୍ୟା ୧୬ ହଜାର ୫୧୨କୁ ହ୍ରାସ ପାଇଛି ।

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୧୩ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ୧ ହଜାର ୨୪୭କୁ ବୃଦ୍ଧି ପାଇଛି ।

Comments are closed.