ଶ୍ରୀମନ୍ଦିରେ ଅଘଟଣ, ମା’ ବିମଳାଙ୍କ ଦର୍ଶନ ବେଳେ ବୃଦ୍ଧଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ଆଜି ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ବିମଳା ମନ୍ଦିରରେ ଦର୍ଶନ କରୁଥିବା ବେଳେ ଭକ୍ତ ଜଣକ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପର୍ଯ୍ୟଟକ ଛତିଶଗଡ଼ର ୭୨ ବର୍ଷୀୟ ଓ୍ବାଇଜି ମୂର୍ତ୍ତି ବୋଲି ଜଣାପଡ଼ିଛି ।

Comments are closed.