Odiaଛାତିରେ ଯନ୍ତ୍ରଣା ପରେ ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି
କୋଲକାତା: ଛାତିରେ ଯନ୍ତ୍ରଣା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଶନିବାର ଏଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ୭୩ ବର୍ଷୀୟ ଅଭିନେତାଙ୍କ ଏମଆରଆଇ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅଭିନେତାରୁ ବିଜେପି ନେତା ପାଲଟିଥିବା ମିଥୁନଙ୍କୁ ଆଜି ସକାଳ ପ୍ରାୟ ୧୦:୩୦ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କ କହିବା ଅନୁସାରେ ଏମଆରଆଇ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବର୍ତ୍ତମାନ ସେ ଇଣ୍ଟେନ୍ସିଭ୍ [...]
Odiaଇପିଏଫ୍ ସୁଧ ୮.୨୫ ପ୍ରତିଶତକୁ ବୃଦ୍ଧି
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଶନିବାର ୨୦୨୩-୨୪ ପାଇଁ ଇପିଏଫ୍ ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ସ୍ଥିର କରିଛି, ଯାହା ଗତ ତିନି ବର୍ଷରେ ସର୍ବାଧିକ। ଇପିଏଫଓ ମାର୍ଚ୍ଚ ୨୦୨୩ରେ ସୁଧ ହାରରେ ସାମାନ୍ୟ ବୃଦ୍ଧି ସହ ୮.୧୫ ପ୍ରତିଶତ ହୋଇଥିଲା । ଏହା ୨୦୨୧-୨୨ରେ ୮.୧୦ ପ୍ରତିଶତ ଥିଲା। ମାର୍ଚ୍ଚ ୨୦୨୨ରେ ଇପିଏଫଓ ସୁଧହାର ୮.୧ ପ୍ରତିଶତକୁ ହ୍ରାସ କରିଥିଲା, ଯାହା ଚାରି ଦଶକରେ ସର୍ବନିମ୍ନ ଥିଲା । ୨୦୨୦-୨୧ରେ [...]
Odiaଓଡ଼ିଶାରେ ପ୍ରତିଷ୍ଠା ହେବ ମେଗା ବୈଦ୍ୟୁତିକ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ ଶିଳ୍ପ: ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ଜେଏସଡବ୍ଲୁ
ଭୁବନେଶ୍ବର – ଓଡ଼ିଶାରେ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । ଆଜି ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜେଏସଡବ୍ଲୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର -ଏମଓୟୁ ସ୍ବାକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁସାରେ କଟକ ନରାଜରେ ପ୍ରତିଷ୍ଠା ହେବ ବିଦ୍ୟୁତ ଚାଳିତ ଗାଡ଼ି ପ୍ରକଳ୍ପ । ଉଭୟ ଗାଡି ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ [...]
Odiaଅମିତ ଶାହଙ୍କ ବଡ଼ ଘୋଷଣା, ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ଏଠାରେ ‘ଇଟି ନାଓ ଗ୍ଲୋବାଲ୍ ସମିଟ୍ ୨୦୨୪’ରେ ଯୋଗଦେଇ ଶାହ ଅଭିଯୋଗ କରିଛନ୍ତି ଯେ ସିଏଏ ଲାଗୁ କରିବା ପ୍ରତିଶ୍ରୁତି ଉପରେ କଂଗ୍ରେସ ପଛଘୁଞ୍ଚା ଦେଇଥିଲା । ସିଏଏ କଂଗ୍ରେସ ସରକାରଙ୍କ ପ୍ରତିଶୃତି ଥିଲା। ଯେତେବେଳେ ଦେଶ ବିଭାଜିତ ହେଲା, [...]
Odiaମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦରେ କଡ଼ା ପଦକ୍ଷେପ
କଟକ -ଆସନ୍ତା ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଯେପରି ନହେବ, ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଆଯାଇଛି କଡ଼ା ପଦକ୍ଷେପ। ଯଦି କୌଣସି ସ୍କୁଲରୁ ପ୍ରଶ୍ନପତ୍ର ପ୍ରଘଟ ହୁଏ, ତେବେ ସେହି ସ୍କୁଲର ପ୍ରଧାନଶିକ୍ଷକ ଦାୟୀ ରହିବେ । ଆବଶ୍ୟକ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ପରୀକ୍ଷା କେନ୍ଦ୍ର ଭିତରକୁ କେହି ମୋବାଇଲ ନେଇପାରିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କୁ ହିଁ ମୋବାଇଲ ନେବା ଅନୁମତି ରହିଛି । ସେହିଭଳି [...]
ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି, ଆୟର ବାଦ୍; ଜାଡେଜା-ରାହୁଲଙ୍କ ପ୍ରତ୍ୟାବର୍ତ୍ତନ

Odiaଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି, ଆୟର ବାଦ୍; ଜାଡେଜା-ରାହୁଲଙ୍କ ପ୍ରତ୍ୟାବର୍ତ୍ତନ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ଟି ଟେଷ୍ଟ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟକ୍ତିଗତ କାରଣରୁ ପ୍ରଥମ ଦୁଇ ଟେଷ୍ଟ ଖେଳିନଥିବା ବିରାଟ କୋହଲି ପୂରା ସିରିଜରୁ ବାହାର ହୋଇଯାଇଛନ୍ତି । ଆଘାତ କାରଣରୁ ଶ୍ରେୟସ୍ ଆୟର ମଧ୍ୟ ପରବର୍ତ୍ତୀ ୩ଟି ଟେଷ୍ଟ ଖେଳିବେନି । ତେବେ ରବୀନ୍ଦ୍ର ଜାଡେଜା ଓ କେ.ଏଲ୍ ରାହୁଲ ଫେରିଛନ୍ତି। ବିହାରର ଦ୍ରୁତ ବୋଲର ଆକାଶ ଦୀପଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ କରାଯାଇଛି । [...]
Odiaଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ଜଣେ ନାବାଳକ ସମେତ ୪ ଜଣଙ୍କର ମୃତ୍ୟୁ
ଢେଙ୍କାନାଳ – ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ଜଣେ ନାବାଳକ ସମେତ ୪ ଜଣଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। ଜିଲ୍ଲାର କଣ୍ଟାବଣିଆ ଥାନା ଅଧୀନ କମଳାଙ୍ଗ ଗାଁ ଇଟାଭାଟିରେ କାମ କରୁଥିବା ୪ ଶ୍ରମିକ ପ୍ରାଣ ହରାଇଛନ୍ତି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଗତରାତିରେ ଭାଟିରେ ନିଆଁ ଲଗାଇ ନିକଟରେ ଶୋଇ ଥିବାବେଳେ ଏହି ଅଘଟଣ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Odiaଆମେରିକାରେ ଆକ୍ରମଣର ଶିକାର ଭାରତୀୟ ମୂଳର ବ୍ୟକ୍ତିଙ୍କ ମୃତ୍ୟୁ
ୱାଶିଂଟନ୍: ଆମେରିକାରେ ଭାରତୀୟ ଓ ଭାରତୀୟ ମୂଳର ଲୋକଙ୍କ ଉପରେ ଆକ୍ରମଣର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ୱାଶିଂଟନର ଏକ ରେସ୍ତୋରାଁ ବାହାରେ ଆକ୍ରମଣ ପରେ ଗୁରୁତର ଆହତ ହୋଇଥିବା ଜଣେ ୪୧ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି, ଫେବୃଆରୀ ୨ରେ ରାତି ପ୍ରାୟ ୨ଟା ସମୟରେ ଶୋଟୋ ରେସ୍ତୋରାଁ ବାହାରେ ‘ଫିଫ୍ଟିନ୍ଥ ଷ୍ଟ୍ରିଟ୍ ନର୍ଥଓ୍ବେଷ୍ଟ’ର ୧୧୦୦ ବ୍ଲକରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ [...]
Odiaବିଜେଡିକୁ ସଙ୍ଗଠିତ କରିବାରେ ଭି. ସୁଜ୍ଞାନ ଦେଓଙ୍କ ବଡ଼ ଯୋଗଦାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ଭି. ସୁଜ୍ଞାନ ଦେଓଙ୍କ ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ତାଙ୍କ [...]
Odiaନିଜ ସ୍କୁଲ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବାବେଳେ ପ୍ରଧାନଶିକ୍ଷକଙ୍କ ଧରିଲା ଭିଜିଲାନ୍ସ
ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ । କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ଅଟି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍କୁଲର ଜଣେ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଘର ନିର୍ମାଣ ଋଣ ପ୍ରଦାନ ପାଇଁ ପ୍ରଧାନଶିକ୍ଷକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ତାଙ୍କଠାରୁ ସମ୍ପୂର୍ଣ ଲାଞ୍ଚ ଟଙ୍କା ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ [...]
