Odiaବିଧାନସଭାରେ ଆଜି ବଜେଟ ଉପରେ ଆଲୋଚନା, ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍
ଭୁବନେଶ୍ୱର – ଆଜି ବିଧାନସଭାରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ଗତକାଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଥିବା ୨୦୨୪-୨୫ ବଜେଟ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ହେଲେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ୪ ମାସ ପାଇଁ ଏଥିରୁ ୧.୧୮ଲକ୍ଷ କୋଟି [...]
Odiaଆଜି ଆସନ୍ତୁ ଜାଣିବା ” ତ୍ରିବେଣୀ ଅମାବାସ୍ୟା ” ସମ୍ବନ୍ଧରେ
ଭାରତୀୟ ଦାର୍ଶନିକ ଗଣନା ଅନୁସାରେ ପ୍ରତ୍ୟେକ ମାସର କିଛି ନା କିଛି ସ୍ୱାତନ୍ତ୍ରୢ ଓ ମହତ୍ତ୍ୱ ଅଛି। ସେହି ପରିପ୍ରେକ୍ଷୀରେ କିଛି ମାସକୁ ଅତି ପବିତ୍ର ଭାବରେ ଗଣନା କରାଯାଇଥାଏ। ବିଶେଷକରି କାର୍ତ୍ତିକ, ମାଘ ଓ ବୈଶାଖକୁ ପବିତ୍ର ମାସ ଭାବରେ ଗ୍ରହଣ କରାଯାଇଛି। ଏହା ଉକ୍ତ ମାସରେ ସଂଯୁକ୍ତ ମହାପୁଣ୍ୟଦାୟକ ତିଥି ଯୋଗୁଁ ହୋଇଥାଏ। ମାସ ମଧ୍ୟରେ ପଡ଼ୁଥିବା ବିଭିନ୍ନ ପୁଣ୍ୟଦାୟକ ତିଥି ମାସର ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହୋଇଥାଏ। ମାଘ ମାସରେ ସେହିପରି କେତେକ [...]
Odiaଅଣ୍ଡର-୧୯ ବିଶ୍ୱକପ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ
ବେନୋନି (ଦକ୍ଷିଣ ଆଫ୍ରିକା): ଟମ୍ ଷ୍ଟ୍ରେକରଙ୍କ ୬ ୱିକେଟ୍ ଓ ହ୍ୟାରି ଡିକ୍ସନଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଆଇସିସି ଅଣ୍ଡର-୧୯ ବିଶ୍ୱକପର ରୋମାଞ୍ଚକର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଭେଟିବ । ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଷ୍ଟ୍ରେକର (୨୪/୬)ଙ୍କ ବିପକ୍ଷରେ ସଂଘର୍ଷ କରିଥିଲେ । [...]
Odiaଓଡ଼ିଶା ଟ୍ରାଭେଲ ବଜାର : ବିଦେଶୀ ଟୁର୍ ଅପରେଟର ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ରାଉଣ୍ଡଟେବୁଲ ବୈଠକ ସହିତ ଫାମ୍ ଟ୍ରିମ୍ ଯୋଜନା
ଭୁବନେଶ୍ୱର – ଓଡିଶା ଟ୍ରାଭେଲ ବଜାରର ଦ୍ଵିତୀୟ ଦିନରେ ନିବେଶକଙ୍କ ସହିତ ଶିଳ୍ପ ହିତାଧିକାରୀମାନଙ୍କର ରାଉଣ୍ଡଟେବୁଲ, ବି୨ଜି ବୈଠକ ଏବଂ ଓଡିଶାର ୭୦ଟି ଡିଟିଓ ଓ ୫୦ରୁ ଅଧିକ ସେଲରଙ୍କ ମଧ୍ୟରେ କୋଣାର୍କସ୍ଥିତ ଇକୋ ରିଟ୍ରିଟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାଛଡା ଇକୋ ରିଟ୍ରିଟ୍ ଭିତରକନିକା ଓ ସାତକୋଶିଆକୁ ବିଦେଶୀ ଟୁର୍ ଅପରେଟରମାନଙ୍କ ପାଇଁ ଫ୍ରି ଫାମ୍ ଟ୍ରିପ୍ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା । ପର୍ଯ୍ୟଟନ ଶିଳ୍ପ ସହ ଜଡିତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ [...]
Odiaଗଞ୍ଜାମ ଜିଲ୍ଲା ବିଜେଡିରେ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର – ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଗଞ୍ଜାମ ଜିଲ୍ଲା ଶାଖାରେ ନୂଆ କର୍ମକର୍ତ୍ତା ନିଯୁକ୍ତି ଦେଇଛନ୍ତି। ଗାନ୍ଧି ପଣ୍ଡାଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରମୋଦ କୁମାର ମହାନ୍ତିଙ୍କୁ ଦଳର ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ। ନାରାୟଣ ପ୍ରସାଦ ଜେନାଙ୍କୁ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବିଜୟ କୁମାର ପାଲଟା ସିଂଙ୍କୁ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ [...]
Odiaବିଧାନସଭାରେ ବଜେଟ ଉପସ୍ଥାପିତ, ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ
ଭୁବନେଶ୍ୱର – ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଥିବା ବଜେଟରେ ଦର୍ଶାଯାଇଛି , ଯାହା କି ଜାତୀୟ ହାରଠାରୁ ପ୍ରତିଶତ ଅଧିକ । ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବା ଆକଳନ କରାଯାଇଛି । ମୋଟ ୨ ଲକ୍ଷ ୫୫ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ଏଥିରେ ୧ ଲକ୍ଷ ୧୮ ହଜାର [...]
Odiaରାଜ୍ୟ ବଜେଟ୍ : ଧାନ ମୂଲ୍ୟ ଠିକ୍ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟି ଟଙ୍କାର ରିଭଲଭିଂ ଫଣ୍ଡ୍
ଭୁବନେଶ୍ୱର – ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟରେ ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟି ଟଙ୍କାର ରିଭଲ୍ଭିଂ ଫଣ୍ଡ ବ୍ୟବସ୍ଥା କରାଯାଇଛି । ଆଗାମୀ ୫ ବର୍ଷରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ । ଏହି ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ଟଙ୍କା ବ୍ୟୟ କରାଯିବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ କରାଯାଇଛି। ବଜେଟରେ [...]
Odiaଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅମିନ
ବଲାଙ୍ଗୀର – ଲାଞ୍ଚ ନେବାବେଳେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ କାର୍ଯ୍ୟାଳୟର ଅମିନ ନିର୍ମଳେନ୍ଦୁ କବି । ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ନିଜର ଜମି ମାପ ପାଇଁ ଅମିନଙ୍କୁ ଅନୁରୋଧ କରିଥିଲେ ଜଣେ ବ୍ୟକ୍ତି । ଗତବର୍ଷ ଜୁଲାଇରେ ଜମି ମାପ ପାଇଁ ଅମିନଙ୍କୁ ନିର୍ଦ୍ଦେଶ ଦେବାକୁ ତହସିଲଦାରଙ୍କୁ ଆବେଦନ କରିଥିଲେ ଜମି ମାଲିକ । ସଇଁତଳା ତହସିଲଦାର ଏ ବର୍ଷ ଜାନୁଆରୀ ୧୬ ତାରିଖରେ ଏ ସମ୍ପର୍କିତ ଆଦେଶ ଜାରି କରିଥିଲେ । ଏହା [...]
Odiaଭିଜିଲାନ୍ସ ହାତରେ ଧରାପଡିଲେ ପୁରୀ ବିଇଓ ଅଫିସର ଲାଞ୍ଚୁଆ ଆକାଉଣ୍ଟାଣ୍ଟ
ପୁରୀ – ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ଆକାଉଣ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ପୁରୀ ବିଇଓ ଅଫିସର ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଗ୍ରାଚ୍ୟୁଇଟି ପାଇଁ ଏନଓସି ଜାରି କରିବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂପୃକ୍ତ ଆକାଉଣ୍ଟାଣ୍ଟ। ଶିକ୍ଷକ ଜଣକ ୨୦୨୨ ମସିହା ମେ’ ମାସରେ ଅବସର ନେଇଥିଲେ । ତାଙ୍କ ଗ୍ରାଚ୍ୟୁଇଟି ପାଇଁ ଏନଓସି ଜାରି କରିବାକୁ ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତିଙ୍କୁ ବାରମ୍ବାର ଅନୁରୋଧ [...]
Odiaଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାହୁଲ, କହିଲେ ‘ମୋଦୀ ଓବିସି ନୁହଁନ୍ତି’
ଝାରସୁଗୁଡ଼ା: ଓଡ଼ିଶାରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ତୃତୀୟ ତଥା ଅନ୍ତିମ ଦିନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତିି। ରାହୁଲ କହିଛନ୍ତିି ପ୍ରଧାନମନ୍ତ୍ରୀ ମୋଦୀ ଓବିସି ପରିବାରରେ ଜନ୍ମ ହୋଇନାହାଁନ୍ତି । ସେ ନିଜକୁ ଓବିସି ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଅବସରରେ ଗୁରୁବାର ଝାରସୁଗୁଡ଼ାରେ ଏକ ସଂକ୍ଷିପ୍ତ ଭାଷଣରେ ରାହୁଲ କହିଛନ୍ତି, ମୋଦୀଙ୍କ ଜନ୍ମ ସାଧାରଣ ଜାତିରେ ହୋଇଛି । ରାହୁଲ କହିଛନ୍ତି, [...]
