Odiaବିଜେପି ସରକାର ବିରୋଧରେ କଂଗ୍ରେସ ଜାରି କଲା ‘ବ୍ଲାକ୍ ପେପର’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ଗୁରୁବାର ‘ବ୍ଲାକ୍ ପେପର’ ଜାରି କରିଛି । ଏଥିରେ ଗତ ୧୦ ବର୍ଷର ବିଜେପି ଶାସନରେ ଦରବୃଦ୍ଧି, ବେକାରୀ, ସାମାଜିକ ନ୍ୟାୟ, କୃଷକ ଆଦି ପ୍ରସଙ୍ଗରେ ସରକାରଙ୍କ ‘ବିଫଳତା’ ଉଲ୍ଲେଖ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ‘ବ୍ଲାକ୍ ପେପର’ ଜାରି କରିଛନ୍ତି। ଦଳ ଏହାର ଶୀର୍ଷକ ରଖିଛି ‘ଅନ୍ୟାୟର ୧୦ ବର୍ଷ’ । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀ ନିଜ [...]
Odiaତୃତୀୟ ଓ ଚତୁର୍ଥ ଟେଷ୍ଟ ବି ଖେଳିବେନି କୋହଲି
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସୁପରଷ୍ଟାର ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ହୋଇ ନପାରନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି। ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇ ଟେଷ୍ଟ ଖେଳି ପାରିନଥିଲେ। ମାର୍ଚ୍ଚ ୭ରୁ ୧୧ ପର୍ଯ୍ୟନ୍ତ ଧର୍ମଶାଳାରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ମଧ୍ୟ ସେ ଖେଳିବେ କି ନାହିଁ ସନ୍ଦେହ । ତେବେ ବିସିସିଆଇ ଏନେଇ ଚିନ୍ତା କରୁନି କାରଣ [...]
Odiaକ୍ରମାଗତ ଷଷ୍ଠ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ କ୍ରମାଗତ ଷଷ୍ଠ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ଗୁରୁବାର ଅନୁଷ୍ଠିତ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ରେପୋ ରେଟକୁ ୬.୫%ରେ ବଜାୟ ରଖିବାକୁ ନିଷ୍ପତ୍ତି ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତିର ଅର୍ଥ ଋଣ ମହଙ୍ଗା ହେବ ନାହିଁ କି ଆପଣଙ୍କର ଇଏମ୍ଆଇ ମଧ୍ୟ ବଢ଼ିବ ନାହିଁ। ରିଜର୍ଭ [...]
Odiaକେନ୍ଦ୍ରୀୟ ଅନୁଦାନ ଆବଣ୍ଟନରେ ପାତର ଅନ୍ତର ଅଭିଯୋଗ, କର୍ଣ୍ଣାଟକ ପରେ ଆଜି ଦିଲ୍ଲୀରେ କେରଳ, ତାମିଲନାଡୁର ଶାସକ ଦଳ କରିବେ ବିକ୍ଷୋଭ
ନୂଆଦିଲ୍ଲୀ: ଅନୁଦାନ ଆବଣ୍ଟନରେ କେନ୍ଦ୍ର ସରକାର ପାତର ଅନ୍ତର କରୁଛନ୍ତି ବୋଲି ତିନି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ କର୍ଣ୍ଣାଟକର କଂଗ୍ରେସ ନେତାମାନେ ଦିଲ୍ଲୀର ଜନ୍ତର ମନ୍ତରଠାରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ତାମିଲନାଡୁ ଓ କେରଳର ସାଂସଦମାନେ ମଧ୍ୟ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ। ଏହି ତିନି ଦକ୍ଷିଣ ରାଜ୍ୟର ସରକାର ଗତ କିଛି ବର୍ଷ ମଧ୍ୟରେ ଟ୍ରାନ୍ସଫର ଓ ଅନୁଦାନ-ସହାୟତା କ୍ଷେତ୍ରରେ [...]
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି , ୨୭ରେ ୧୫ଟି ରାଜ୍ୟର ୫୬ଟି ଆସନ ପାଇଁ ମତଦାନ
ନୂଆଦିଲ୍ଲୀ- ଚଳିତମାସ ୨୭ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏଥିମଧ୍ୟରେ ଓଡ଼ିଶାରୁ ତିନି ଆସନ ଖାଲି ହେଉଛି । ଆସନ୍ତା ଏପ୍ରିଲ ୩ ତାରିଖରେ ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବ ଓ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା [...]
Odiaମାଘରେ ଗ୍ରୀଷ୍ମର ଭ୍ରମ: ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି, ଦିନରେ ବଢୁଛି ତାତି
ଭୁବନେଶ୍ବର – ରାଜ୍ୟରେ ଚଳିତ ମାସରେ ରାତି ତାପମାତ୍ରା ବଢୁଥିବା ବେଳେ ଦିନରେ ବି ପାରଦ ଚଢିବାରେ ଲାଗିଛି । ତେଣୁ ଏବେଠାରୁ ହିଁ ଖରାଦିନ ଭଳି ତାତି ଅନୁଭୂତ ହେବାରେ ଲାଗିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଏପରି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ହାଲୁକା ବର୍ଷା ହୋଇଛି। [...]
Odiaଆଜି ଉତ୍କଳ ଭାରତୀଙ୍କ ଜୟନ୍ତୀ ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ବିଶିଷ୍ଟ ସାରସ୍ୱତ ସାଧିକା ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅନ୍ୟତମ ନାରୀନେତ୍ରୀ ତଥା ବିଶିଷ୍ଟ ସାରସ୍ୱତ ସାଧିକା ହେଉଛନ୍ତି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ । ସ୍ୱାଧୀନତା ସମୟର ଓଡ଼ିଆ ସାହିତ୍ୟିକାଙ୍କ ମଧ୍ୟରେ ସେ ଥିଲେ ସ୍ୱତନ୍ତ୍ର। ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଦିଗରେ ତାଙ୍କର କାଳଜୟୀ ରଚନା ସର୍ବଦା ପ୍ରେରଣାଦାୟୀ ବୋଲି [...]
Odiaଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ, ନୱାଜ ସରିଫଙ୍କ ପଲା ଭାରି
ଇସଲାମାବାଦ: ଆତଙ୍କବାଦୀ ସମସ୍ୟା ଓ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ସେନାର ସମର୍ଥନ ରହିଥିବାରୁ ତାଙ୍କ ପଲା ଭାରି ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ବୁଧବାର ବାଲୁଚିସ୍ତାନ ପ୍ରଦେଶରେ ଏକ ନିର୍ବାଚନ କାର୍ଯ୍ୟାଳୟକୁ ଟାର୍ଗେଟ୍ କରି ହୋଇଥିବା ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ [...]
ଆଜି ରାଜ୍ୟ ବଜେଟ୍

Odiaଆଜି ରାଜ୍ୟ ବଜେଟ୍
ଭୁବନେଶ୍ବର – ଆଜି ବିଧାନସଭାରେ ଆଗତ ହେବ ୨୦୨୪-୨୫ ବର୍ଷ ପାଇଁ ବଜେଟ୍। ସଂଧ୍ୟା ୫ଟାରେ ବଜେଟ ଉପସ୍ଥାପନ କରାଯିବ । ଆଗକୁ ନିର୍ବାଚନ ଥିବାରୁ ଆଗାମୀ ୪ ମାସ ପାଇଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରାୟ ୯୦ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ କରିବେ ବୋଲି ଜଣାପଡିଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହେବ ।ଏଥିରୁ ପ୍ରାୟ ୯୦ [...]
Odiaଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି
ନୂଆଦିଲ୍ଲୀ- ଚଳିତମାସ ୨୭ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏଥିମଧ୍ୟରେ ଓଡ଼ିଶାରୁ ତିନି ଆସନ ଖାଲି ହେଉଛି । ଆସନ୍ତା ଏପ୍ରିଲ ୩ ତାରିଖରେ ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବ ଓ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ [...]
