Odiaମାନିଲେ ଡି’ଭିଲିୟର୍ସ, କୋହଲିଙ୍କ ସମ୍ପର୍କରେ ଦେଇଥିଲେ ଭୁଲ୍ ସୂଚନା
ଜୋହାନ୍ସବର୍ଗ: ଭାରତୀୟ ସୁପରଷ୍ଟାର ବିରାଟ କୋହଲିଙ୍କୁ ନେଇ ଭୁଲ ସୂଚନା ଦେଇଥିଲେ ତାଙ୍କ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ ଭିଲିୟର୍ସ। ନିଜେ ଡି’ ଭିଲିୟର୍ସ ଏହା ସ୍ବୀକାର କରିଛନ୍ତିି । ସେ ଏକ ବଡ଼ ଭୁଲ କରି ଦେଇଛନ୍ତି ବୋଲି କହିଛନ୍ତି ଡି’ଭିଲିୟର୍ସ। ବ୍ୟକ୍ତିଗତ କାରଣରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରେକ୍ ନେଇଛନ୍ତି । ଡି’ଭିଲିୟର୍ସ କହିଛନ୍ତି କୋହଲିଙ୍କ ବ୍ୟକ୍ତିଗତ କାରଣ କ’ଣ ତାହା ସେ ଜାଣି ନାହାଁନ୍ତି। ଡି’ଭିଲିୟର୍ସ କିଛି [...]
Odiaଅସୁସ୍ଥ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଯାତ୍ରା
ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି । ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଚେନ୍ନାଇ ଯାଇଛନ୍ତି। ସୂଚନାଯୋଗ୍ୟ [...]
Odiaଷୋଡ଼ଶ ବିଧାନସଭାର ଶେଷ ଅଧିବେଶନର ସ୍ମୃତି : ବିଧାୟକମାନଙ୍କ ଗ୍ରୁପ୍ ଫଟୋ
ଭୁବନେଶ୍ବର – ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ସମସ୍ତ ବିଧାୟକଙ୍କ ଗ୍ରୁପ୍ ଫଟୋ ଉଠାଯାଇଛି । ଗୋଟିଏ ଫଟୋ ଫ୍ରେମ୍ରେ ଦେଖିବାକୁ ମିଳିଛି ଶାସକ ଓ ବିରୋଧୀ ବିଧାୟକଙ୍କୁ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ମନ୍ତ୍ରୀ ଓ ବିଧାୟକମାନେ ଆଜି ଫଟୋ ଉଠାଇଛନ୍ତି । ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଛନ୍ତି। ଆଉ ନିର୍ବାଚନ ନ ଲଢିବାକୁ ଘୋଷଣା କରିଥିବା କଂଗ୍ରେସ ବିଧାୟକ ଦଳ ନେତା [...]
Odiaସନ୍ତୃପ୍ତ ମିଶ୍ର ବିଜେଡିର ଜାତୀୟ ମୁଖପାତ୍ର ନିଯୁକ୍ତ, ସଞ୍ଜୟ ଦାସବର୍ମା ମୁଖପାତ୍ର
ଭୁବନେଶ୍ୱର – ବିଜେଡିରେ ସାମିଲ ହୋଇଥିବା ଆଦିତ୍ୟ ବିର୍ଲା ଗ୍ରୁପର ପୂବତନ ଏଚଆର ଗ୍ରୁପ୍ ନିର୍ଦ୍ଦେଶକ ସନ୍ତୃପ୍ତ ମିଶ୍ରଙ୍କୁ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ହିଁ ସନ୍ତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଥିଲେ। ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କୁ ଦଳର ମୁଖପାତ୍ର ନିଯୁକ୍ତି ଦିଆଯାଇଛି।
Odiaବିଜେଡିରେ ମିଶିଲେ ସନ୍ତୃପ୍ତ ମିଶ୍ର
ଭୁବନେଶ୍ୱର – ବିଜେଡିରେ ଯୋଗ ଦେଇଛନ୍ତି ବିଶିଷ୍ଟ କର୍ପୋରେଟ ଅଧିକାରୀ ସନ୍ତୃପ୍ତ ମିଶ୍ର । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ। ଆଦିତ୍ୟ ବିର୍ଲା ଗ୍ରୁପର ଏଚଆର ଗ୍ରୁପ୍ ନିର୍ଦ୍ଦେଶକ ଥିଲେ ସନ୍ତୃପ୍ତ । ଡିସେମ୍ବରରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ସନ୍ତୃପ୍ତ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ [...]
Odiaଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜଣେ କୃଷି ବୈଜ୍ଞାନିକଙ୍କୁ ଦିଆଯିବ ‘ଭାରତରତ୍ନ’
ନୂଆଦିଲ୍ଲୀ – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୂରୀ ଠାକୁର ଓ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ପରେ ଆଉ ତିନିଜଣଙ୍କୁ ମଧ୍ୟ ଭାରତରତ୍ନ ସମ୍ମାନ ପ୍ରଦାନ ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଏବଂ ଭାରତରେ ସବୁଜ ବିପ୍ଳବର ଜନକ ତଥା ପ୍ରସିଦ୍ଧ କୃଷିବିତ୍ ସ୍ୱର୍ଗତ ଏମ୍. ଏସ ସ୍ୱାମୀନାଥନଙ୍କୁ ଭାରତରତ୍ନ ସମ୍ମାନ ଦିଆଯିବ । [...]
Odiaମାଦ୍ରାସା ଉଚ୍ଛେଦ ନେଇ ଉତ୍ତରାଖଣ୍ଡର ହଲଦ୍ବାନିରେ ହିଂସା, ୪ ମୃତ
ହଲଦ୍ବାନି: ବେଆଇନ ମାଦ୍ରାସା ଉଚ୍ଛେଦକୁ ନେଇ ଉତ୍ତରାଖଣ୍ଡର ହଲଦ୍ବାନିର ବ୍ୟାପକ ହିଂସା ଘଟିଛି। ସହରର ବନଭୁଲାପୁରରେ ପଥର ମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତିି। ଶାନ୍ତି ବଜାୟ ରଖିବାକୁ ଲୋକମାନଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମଗ୍ର ସହରରେ କର୍ଫ୍ୟୁ ଜାରି କରାଯାଇଛି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ [...]
Odiaରଥଯାତ୍ରା ପାଇଁ ଦଶପଲ୍ଲାରୁ ପୁରୀ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ
ଦଶପଲ୍ଲା – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ବାହାରିଛି । ଦଶପଲ୍ଲା ମହାବୀର ମନ୍ଦିରରେ ଆଜି ସକାଳେ ପୂଜାର୍ଚ୍ଚନା ପରେ ରଥକାଠ ପୁରୀ ଅଭିମୁଖେ ବାହାରିଛି । ୩ଟି ଟ୍ରକରେ ଶ୍ରୀମନ୍ଦିର ଅଭିମୁଖେ ଆସୁଛି ୧୦୨ଖଣ୍ଡ କାଠ। ଏଥିରେ ୫୦ଖଣ୍ଡ ଅସନ ଏବଂ ୫୨ଖଣ୍ଡ ଧଉରା କାଠ ରହିଛି। ସରସ୍ୱତୀ ପୂଜା ପୂର୍ବରୁ ପୁରୀରେ ପହଞ୍ଚିବ ରଥକାଠ। ଶ୍ରୀପଞ୍ଚମୀ ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ [...]
Odiaବଦଳିବ ପାଗ : ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା
ଭୁବନେଶ୍ୱର -ରାଜ୍ୟରେ ବଦଳିବ ପାଗ । ଫେରିବ ବର୍ଷା। ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ କିଛି ଜିଲ୍ଲାରେ ଘନ କୁହୁଡି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୧୧ ତାରିଖରେ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, [...]
Odiaଫେସବୁକ୍ ଲାଇଭ୍ ବେଳେ ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଗୁଳିକରି ହତ୍ୟା
ମୁମ୍ବାଇ: ଫେସବୁକ୍ ଲାଇଭ୍ ବେଳେ ଶିବସେନା (ଉଦ୍ଧବ) ନେତା ଅଭିଷେକ ଘୋଷାଲକରଙ୍କୁ ହତ୍ୟା । ମୁମ୍ବାଇର ସାମାଜିକ କର୍ମୀ ମୌରିସ ନୋରୋନା ଫେସବୁକ୍ ଲାଇଭ୍ ବେଳେ ଘୋଷାଲକରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଗୁଳିମାଡ଼ ପରେ ଉଦ୍ଧବ ଗୋଷ୍ଠୀର ନେତା ତଥା ପୂର୍ବତନ କାଉନସିଲର ଘୋଷାଲକରଙ୍କୁ ଗୁରୁତର ଅବସ୍ଥାରେ ଉତ୍ତର ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର [...]
