Odiaଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଭୁବନେଶ୍ବର ଅନ୍ଧାରୁଆରେ ପ୍ରତିଷ୍ଠା କରାଯାଇଥିବା ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଉ ଏକ ମାଇଲଖୁଣ୍ଟ ହେବ । ଆଇକନିକ ଆଦର୍ଶ ଓଡ଼ିଆ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦୨୧ରେ ନିଷ୍ପତ୍ତି ନିଆଯାଇଥିଲା । ୨୦୨୧ ମସିହା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଏଥିପାଇଁ [...]
Odiaହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ
କଟକ – ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଜଷ୍ଟିସ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଗ୍ରହଣ କରି ଗତ ୨ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାନୁଆରୀ ୨୦୨୫ରେ ଅବସର [...]
Odiaଆଜି ରଟନ୍ତି କାଳୀ ପୂଜା, ଭଦ୍ରକାଳୀ ରଟନ୍ତିକାଳୀ ଭାବରେ ହୋଇଥାନ୍ତି ଆରାଧିତ
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ସହରଠାରୁ ପ୍ରାୟ ୭ କି.ମି.ଦୂରରେ ଅବସ୍ଥିତ । ଚତୁର୍ଭୁଜା ଭଦ୍ରକାଳୀ ଏଠାରେ ସିଂହପୃଷ୍ଠରେ ପଦ୍ମାସନରେ ବିଜେ କରିଅଛନ୍ତି । ଉପର ଭୁଜ ଦୁଇଟି ମଧ୍ୟରୁ ଦକ୍ଷିଣରେ ଖଡ୍ଗ ଓ ବାମ ଭୁଜରେ ଖର୍ପର ଧାରଣ କରିଛନ୍ତି । ତଳଭୁଜ ଦୁଇଟି ମଧ୍ୟରୁ ବାମଭୁଜରେ ଜପାମାଳି ଓ ଦକ୍ଷିଣ ଭୁଜରେ ଶିଶୁ କୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି କାଳୀ ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଛନ୍ତି ।ଏହି [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ରାମ ଅତର୍କ୍ୟ ବୁଦ୍ଧି ମନ ବାନୀ । ମତ ହମାର ଅସ ସୁନହି ସୟାନୀ ॥ ତଦପି ସଂତ ମୁନି ବେଦ ପୁରାନା । ଜସ କଛୁ କହହିଂ ସ୍ବମତି ଅନୁମାନା ॥ ଭାବାର୍ଥ :- ଶ୍ରୀଶିବ ପାର୍ବତୀଙ୍କୁ କହିଲେ, ହେ ବିଦୁଷୀ ବୁଦ୍ଧିମତୀ ! ମୋ ମତରେ ବୁଦ୍ଧି, ମନ ଆଉ କଥା ଚାତୁରୀରେ ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ର ତର୍କସଂଗତ ବର୍ଣ୍ଣନା କରିବା କଠିନ । ତଥାପି, ସନ୍ଥମାନେ, ମୁନି ରୁଷି, [...]
Odiaଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତାରେ ବିଶ୍ୱର ସମସ୍ତ ଦେବତାଙ୍କ ଆତ୍ମା ମୁଁ ସ୍ୱୟଂ ବୋଲି ପ୍ରମାଣିତ କରି କହୁଛନ୍ତି- ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି । ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍। ଅର୍ଥାତ ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।
Odiaନବମ ଥର ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲରେ ଭାରତ
ବେନୋନି: ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ ଭାରତ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ପାଞ୍ଚ ଥରର ଚାମ୍ପିୟନ୍ ଭାରତ ନବମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଫେବୃଆରୀ ୧୧ରେ ଖେଳାଯିବାକୁ ଥିବା ଫାଇନାଲରେ ଭାରତ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲର ବିଜେତା ଦଳକୁ ଭେଟିବ। ବେନୋନିରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୫୦ ଓଭରରେ [...]
Odiaଓଡ଼ିଆ ଭାଷା ସମ୍ମିଳନୀରେ ନୂଆ ପିଢ଼ି ସହ ଯୋଡ଼ି ହେଲେ ପୁରାତନ ଛାତ୍ର, ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ସିଦ୍ଧାର୍ଥଙ୍କୁ ପ୍ରଶଂସା କଲେ ପୁରାତନ ଛାତ୍ର ତଥା ବୈଜ୍ଞାନିକ ସଚ୍ଚିଦାନନ୍ଦ ପଣ୍ଡା
ଭୁବନେଶ୍ୱର – କଟକ ରେଭେନ୍ସା କଲେଜିଏଟ୍ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାର୍ଥ କୁମାର ସାହୁଙ୍କୁ “ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ”ରେ ପ୍ରୋତ୍ସାହିତ କରିଛନ୍ତି ସେହି ବିଦ୍ୟାଳର ପୁରାତନ ଛାତ୍ର। ଯୁକ୍ତ ରାଷ୍ଟ୍ର ଆମେରିକାରେ ରହୁଥିବା ଓଡ଼ିଆ ବୈଜ୍ଞାନିକ ଡକ୍ଟର ସଚ୍ଚିଦାନନ୍ଦ ପଣ୍ଡା ସିଦ୍ଧାର୍ଥଙ୍କ ଅଭିଭାଷଣରେ ମୁଗ୍ଧ ହୋଇ ତାଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇଥିଲେ । ସଚ୍ଚିଦାନନ୍ଦ ପଣ୍ଡା ଜିନ୍ ଓ ମଲିକ୍ୟୁଲ୍ ସମ୍ବନ୍ଧରେ ଗବେଷଣା କରୁଥିବା ଜଣେ ପ୍ରସିଦ୍ଧ ବୈଜ୍ଞାନିକ। ପ୍ରଥମ ବିଶ୍ବ [...]
Odiaଶରଦ ପାୱାରଙ୍କୁ ଝଟକା, ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ଭାବେ ନିର୍ବାଚନ କମିଶନଙ୍କ ମାନ୍ୟତା
ନୂଆଦିଲ୍ଲୀ: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଲାଗିଛି ବଡ଼ ଝଟକା । ନିର୍ବାଚନ କମିଶନ ମଙ୍ଗଳବାର ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବୋଲି ଘୋଷଣା କରିଛନ୍ତି । ଏଥିସହ ଦଳ ଉପରେ ନିୟନ୍ତ୍ରଣ ନେଇ ଦାଦା-ପୁତୁରା ମଧ୍ୟରେ କିଛି ମାସ ଧରି ଚାଲିଥିବା ବିବାଦର ଅବସାନ ଘଟିଛି। ଏକ ଆଦେଶରେ ନିର୍ବାଚନ କମିଶନ ଅଜିତ ପାୱାର ନେତୃତ୍ୱାଧୀନ ଗୋଷ୍ଠୀକୁ ଏନସିପିର ନିର୍ବାଚନ ପ୍ରତୀକ ‘କାନ୍ଥ ଘଣ୍ଟା’ [...]
Odiaବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସରିଥିଲେ ବି ଅସ୍ଥାୟୀ ସଂଗ୍ରହାଳୟ ଓ ପ୍ରଦର୍ଶନୀ ହଲରେ ଭିଡ଼
ଭୁବନେଶ୍ୱର – ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଜନତା ମଇଦାନଠାରେ ଆୟୋଜିତ ଅସ୍ଥାୟୀ ସଂଗ୍ରହାଳୟ ଓ ପ୍ରଦର୍ଶନୀ ଦେଖିବାକୁ ଜନସମାଗମ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଯାପିତ ହୋଇଥିଲେ ସୁଦ୍ଧା ସର୍ବସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ପ୍ରଦର୍ଶନୀକୁ ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ସରକାରଙ୍କର ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରଚାରପତ୍ର ବଣ୍ଟନ କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ, [...]
Odiaଜିଏମ୍ଆର୍ ଏରୋ ସହିତ ଓଡିଶା ସରକାରଙ୍କ ବୁଝାମଣା ପତ୍ର ସ୍ବାକ୍ଷରିତ
ଭୁବନେଶ୍ୱର – ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଜିଏମ୍ଆର୍ ଏରୋ ଏକାଡେମୀ ସହ ମିଶି ଓଡ଼ିଶାର ଯୁବକମାନଙ୍କୁ ବିମାନ ଚଳାଚଳ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ ପୂର୍ବକ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ ଉଦ୍ୟମ କରାଯାଇଛି । ସେହି ଅନୁଯାୟୀ ବିମାନ ଚଳାଚଳ ନିର୍ଦ୍ଦେଶାଳୟ , ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମଆର୍ ମଧ୍ୟରେ ଏକ [...]
