Odiaଇଡିର ଅଭିଯୋଗ ପରେ କେଜ୍ରିୱାଲଙ୍କୁ ସମନ ଜାରି କଲେ କୋର୍ଟ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗ ଆଧାରରେ ଦିଲ୍ଲୀର ଏକ କୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତିି । ତାଙ୍କୁ ଫେବୃଆରୀ ୧୭ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ପାଞ୍ଚ ଥର ସମନ ସତ୍ତ୍ୱେ ସେ କାହିଁକି ଇଡିରେ ହାଜର ହୋଇନଥିଲେ ତାର କାରଣ ଦର୍ଶାଇବାକୁ କେଜ୍ରିୱାଲଙ୍କୁ କହିଛନ୍ତିି କୋର୍ଟ । କେଜ୍ରିୱାଲଙ୍କୁ ୫ ଥର ସମନ ସତ୍ତ୍ୱେ ହାଜର ନ ହେବାରୁ ଇଡି ଫେବୃଆରୀ [...]
Odiaଇତିହାସ ରଚିଲେ ବୁମରା, ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ
ଦୁବାଇ: ଆଇସିସି ତରଫରୁ ଜାରି ସଦ୍ୟତମ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜସପ୍ରୀତ ବୁମରା ଏକ ନମ୍ବର ବୋଲର ହୋଇଛନ୍ତି। ଏଥିସହ ବୁମରା ଇତିହାସ ରଚିଛନ୍ତି | ପ୍ରଥମ ଥର ପାଇଁ ଜଣେ ଭାରତୀୟ ଦ୍ରୁତ ବୋଲର ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତିି । ବୁମରାଙ୍କ ପୂର୍ବରୁ କପିଳ ଦେବ ୧୯୭୨ରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ବିଶାଖାପଟନମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୯ଟି ଓ୍ବିକେଟ୍ ସହ ଭାରତର ବିଜୟରେ ନାୟକ ସାଜିଥିଲେ [...]
Odiaସାଧାରଣ ନିର୍ବାଚନର ଦିନକ ପୂର୍ବରୁ ପାକିସ୍ତାନରେ ବିସ୍ଫୋରଣ, ୨୫ ମୃତ
ଇସଲାମାବାଦ: ସାଧାରଣ ନିର୍ବାଚନର ଦିନକ ପୂର୍ବରୁ ପାକିସ୍ତାନର ବଲୁଚିସ୍ତାନର ପିସିନ୍ ସହରରେ ବିସ୍ଫୋରଣରେ ଅତିକମରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ବାଧୀନ ପ୍ରାର୍ଥୀ ଅସଫନ୍ଦ ୟାର ଖାନ କାକଡଙ୍କ କାର୍ଯ୍ୟାଳୟ ବାହାରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ କାକଡ ଅଫିସରେ ନଥିଲେ। ବାଲୁଚିସ୍ତାନର ଭାରପ୍ରାପ୍ତ ସୂଚନା ମନ୍ତ୍ରୀ ଜନ ଅଚକଜାଇ କହିଛନ୍ତି, ପ୍ରାଥମିକ ତଦନ୍ତରୁ ବିସ୍ଫୋରକ ସାମଗ୍ରୀ ଏକ [...]
ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି #VKPandianInMetaverse
ଭୁବନେଶ୍ୱର – ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ ପ୍ରକ୍ରିୟା। ୫-ଟି ଉପକ୍ରମରେ ରାଜ୍ୟର ସବୁକ୍ଷେତ୍ରରେ ରୂପାନ୍ତରଣ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସମୟ ସହ ତାଳ ଦେଇ ଡିଜିଟାଇଜେସନ କ୍ଷେତ୍ରରେ ବି ପଛରେ ପଡିବାକୁ ଚାହୁଁନାହିଁ ଓଡ଼ିଶା। ଏ କ୍ଷେତ୍ରରେ ବି ଓଡ଼ିଶା ଆଗେଇ ଚାଲିଛି। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ମଧ୍ୟ ଟେକ୍ନୋଲୋଜିର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଦ୍ୟ ସମାପ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଟେକ୍ନୋଲୋଜି ପ୍ରୟୋଗ କରି [...]
Odiaରାଜ୍ୟରେ ଗତ ୫ ବର୍ଷରେ ବଜ୍ରପାତ ନେଇଛି ୧୪୭୨ ଜଣଙ୍କ ଜୀବନ
ଭୁବନେଶ୍ୱର – ରାଜ୍ୟରେ ଗତ ୫ ବର୍ଷରେ ୧ ହଜାର ୪୭୨ ଜଣ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ୧୪୫ ଜଣ ବଜ୍ରପାତରେ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି । ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି। ବଜ୍ରପାତରେ ପ୍ରାଣ [...]
Odiaଏନସିପି ମାମଲାରେ ନିର୍ବାଚନ କମିଶନଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଶରଦ ପାୱାର ଗୋଷ୍ଠୀ
ମୁମ୍ବାଇ: ଶିବସେନା ପରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମଧ୍ୟ ଭାଗ ଭାଗ ହୋଇଛି। ନିର୍ବାଚନ କମିଶନ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରିଛନ୍ତିି। ନିର୍ବାଚନ କମିଶନ ଦଳର ନାମ ଏନସିପି ସହ ନିର୍ବାଚନ ପ୍ରତୀକ ‘କାନ୍ଥଘଣ୍ଟା’ ମଧ୍ୟ ଅଜିତ ଗୋଷ୍ଠୀକୁ ଦେଇଛନ୍ତି। ଦୀର୍ଘ ୬ ମାସ ଧରି ୧୦ ଥର ଶୁଣାଣି ପରେ ନିର୍ବାଚନ କମିଶନ ଏନସିପି ବିବାଦ ଉପରେ ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ଏହି ରାୟକୁ ଶରଦ [...]
Odiaକଂଗ୍ରେସ ନେତା ହରକ ସିଂହ ରାୱତଙ୍କ ବିରୋଧରେ ଇଡି ଆକ୍ସନ, ୧୨ଟି ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଇଡି ବୁଧବାର ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ହରକ ସିଂହ ରାୱତଙ୍କ ବିରୋଧରେ ଆକ୍ସନ ନେଇଛି। ଇଡି ଏକାସାଙ୍ଗରେ ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ତାଙ୍କର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ରାୱତ ୨୦୧୯-୨୦ରେ ବିଜେପି ସରକାରରେ ଜଙ୍ଗଲ ମନ୍ତ୍ରୀ ଥିଲେ। ଏହି ଅବଧି ମଧ୍ୟରେ କର୍ବେଟ୍ ଟାଇଗର ସଫାରି ପ୍ରକଳ୍ପ ପାଇଁ କରବେଟ୍ ପାର୍କର ପାଖରୋ ରେଞ୍ଜରେ ମାତ୍ର ୧୬୯ଟି ଗଛ କାଟିବାକୁ ଅନୁମତି ଦିଆଯାଇଥିବା ବେଳେ [...]
Odiaପ୍ରଥମ ଲୋକମତ ସଂସଦୀୟ ପୁରସ୍କାର: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସମେତ ୮ ଜଣ ସାଂସଦ ପୁରସ୍କୃତ
ନୂଆଦିଲ୍ଲୀ – ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ରଙ୍କୁ ୨୦୨୩ ପାଇଁ ଲୋକମତ ଶ୍ରେଷ୍ଠ ସାଂସଦ ପୁରସ୍କାର ଦିଆଯାଇଛି। ସସ୍ମିତଙ୍କ ସମେତ କଂଗ୍ରେସ ଲୋକସଭା ସଦସ୍ୟ ଶଶୀ ଥରୁର ଓ ଅନ୍ୟ ୬ ଜଣଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଲୋକମତ ସଂସଦୀୟ ପୁରସ୍କାର ମିଳିଛି। ବିଏସପିର ଲୋକସଭା ସଦସ୍ୟ ଡାନିଶ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସଙ୍କୁ ଶ୍ରେଷ୍ଠ ପଦାର୍ପଣ ସାଂସଦ ପୁରସ୍କାର ଦିଆଯାଇଛି। ସମାଜବାଦୀ ପାର୍ଟିର ରାଜ୍ୟସଭା ସଦସ୍ୟ ରାମଗୋପାଳ ଯାଦବ [...]
Odiaଆମେରିକାରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସାହାଯ୍ୟ କରିବାକୁ ବିଦେଶ ମନ୍ତ୍ରୀଙ୍କୁ ପତ୍ନୀଙ୍କ ଅପିଲ
ନୂଆଦିଲ୍ଲୀ: ଆମେରିକାର ଚିକାଗୋରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଘଟଣା ଫେବୃଆରୀ ୪ରେ ଘଟିଥିବା କୁହାଯାଇଛି। ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ୩ ଜଣ ଆକ୍ରମଣକାରୀ ଭାରତୀୟ ଛାତ୍ରଙ୍କୁ ଗୋଡାଉଥିବା ଦେଖିବାକୁ ମିଳୁଛି । ଏହା ପରେ ତିନିଜଣ ତାଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ଫୋନ୍ ଛଡ଼ାଇ ପଳାଇ ଯାଇଥିଲେ। ଆକ୍ରମଣ ପରେ ଛାତ୍ର ଜଣକ ରକ୍ତାକ୍ତ ହୋଇଯାଇଥିବା ଦେଖିବାକୁ ମିଳୁଛି | ଛାତ୍ରଙ୍କ [...]
Odiaଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
କଟକ – ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଆଜି ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ପରିସରରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନୂତନ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ଜଷ୍ଟିସ ସିଂହ ପାଟନା ହାଇକୋର୍ଟର ବରିଷ୍ଠ [...]
