Odiaପଞ୍ଚାୟତର ଚାଷୀମାନଙ୍କୁ ଆଗୁଆ ମିଳିବ ପାଣିପାଗ ସୂଚନା, ଆଇଏମଡି ଲଞ୍ଚ୍ କଲା ପଞ୍ଚାୟତ ମୌସମ ସେବା ଆପ୍
ନୂଆଦିଲ୍ଲୀ – ଏଣିକି ଦେଶର ପ୍ରତି ପଞ୍ଚାୟତର ଚାଷୀ ଭାଇମାନଙ୍କ ପାଖରେ ଆଗୁଆ ପହଞ୍ଚିବ ପାଣିପାଗ ସୂଚନା। ନିଜ ନିଜ ଭାଷାରେ ପାଇପାରିବେ ପାଣିପାଗ ଖବର । ଭାରତୀୟ ପାଣିପାଗ ବିଭାଗ -ଆଇଏମଡିର ୧୫୦ ତମ ପ୍ରତିଷ୍ଠା ଦିବସରେ ଶୁଭାରମ୍ଭ ହୋଇଥିବା ‘ପଞ୍ଚାୟତ ମୌସମ ସେବା’- ପିଏମ ଏସ ଆପ୍ ଜରିଆରେ ପଞ୍ଚାୟତର ଚାଷୀମାନେ ପାଣିପାଗ ସମ୍ବନ୍ଧିତ ସୂଚନା ପାଇପାରିବେ। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏହି ପିଏମଏସ ଆପ୍ ର ଶୁଭାରମ୍ଭ କରିଛନ୍ତି। ପଞ୍ଚାୟତ ମୌସମ [...]
Odiaରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଧୋନିଙ୍କୁ ନିମନ୍ତ୍ରଣ
ରାଞ୍ଚି: ଚଳିତ ମାସ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ମନ୍ଦିର ଟ୍ରଷ୍ଟ ତରଫରୁ ଆମନ୍ତ୍ରଣ କରାଯାଇଛି । ଧୋନିଙ୍କ ବ୍ୟତୀତ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ଏବଂ ଲୋକ ଗାୟକ ମୁକୁନ୍ଦ ନାୟକଙ୍କ ସହ ଝାଡ଼ଖଣ୍ଡର ୧୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆମନ୍ତ୍ରଣ କରାଯାଇଛି । ରାଷ୍ଟ୍ରୀୟ ସ୍ସଂଵୟଂସେବକ ଗଠନ (ଆରଏସଏସ)ରେ ବରିଷ୍ଠ [...]
Odiaତେନ୍ଦୁଲକର ଡିପଫେକର ଶିକାର, ଟେକ୍ନୋଲୋଜିର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କଲେ
ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ବି ଡିପଫେକର ଶିକାର ହୋଇଛନ୍ତି । ସୋମବାର ସେ ନିଜର ଏକ ନକଲି ଭିଡ଼ିଓ ସମ୍ପର୍କରେ ଖୁଲାସା କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଗେମିଂ ଆପର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓରେ ତେନ୍ଦୁଲକରଙ୍କୁ ଏହି ଆପର ବୈଶିଷ୍ଟ୍ୟଗୁଡିକ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳୁଛି | ଏଥିରେ ସେ କହୁଛନ୍ତି, ସେ ଜାଣି ନଥିଲେ ଯେ ଟଙ୍କା ରୋଜଗାର କରିବା ଏତେ ସହଜ। ତାଙ୍କ ଝିଅ ମଧ୍ୟ [...]
Odiaଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଖୁଚୁରା ପରେ ବଢ଼ିଲା ପାଇକାରୀ ମୁଦ୍ରାସ୍ଫୀତି ହାର
ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଖୁଚୁରା ପରେ ପାଇକାରୀ ମୁଦ୍ରାସ୍ଫୀତି ହାର ମଧ୍ୟ ବୃଦ୍ଧି ପାଇଛି। ସରକାରଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଡିସେମ୍ବରରେ ମୁଦ୍ରାସ୍ଫୀତି ହାର ୦.୭୪ ପ୍ରତିଶତ ବଢ଼ିଛି | ନଭେମ୍ବରରେ ଏହା ୦.୨୬ ପ୍ରତିଶତ ଥିଲା । ଗତ ବର୍ଷ ଏପ୍ରିଲରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ନକାରାତ୍ମକ ଥିଲା | ତେବେ ନଭେମ୍ବରରେ ଏହା ବଢ଼ି ୦.୨୬ ପ୍ରତିଶତ ହୋଇଥିଲା | ଉଲ୍ଲେଖଯୋଗ୍ୟ, ଖାଦ୍ୟ [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କଲେ ଡିଜିପି
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୭ରେ ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ପୁରୀରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ତାଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଆଜି ଯଜ୍ଞ ସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, [...]
Odiaରୋହିତ ଶର୍ମାଙ୍କ ଟି-୨୦ କୀର୍ତ୍ତିମାନ, ଧୋନିଙ୍କ ଏହି ରେକର୍ଡର ହେଲେ ସମକକ୍ଷ
ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସହଜ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କବଜା କରିଛି । ଏହି ବିଜୟ ସହ ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ମଧ୍ୟ ଏକ ରେକର୍ଡ ଯୋଡି ହୋଇଯାଇଛି । ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଜିତିବାରେ ରୋହିତ ଶର୍ମା ପୂର୍ବତନ କ୍ୟାପଟେନ୍ ଏମଏସ ଧୋନିଙ୍କ ସମକକ୍ଷ ହୋଇଛନ୍ତି। ଅଧିନାୟକ ଭାବେ ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ଟି ଅନ୍ତର୍ଜାତୀୟ ଟି-୨୦ [...]
Odiaଅଯୋଧ୍ୟାରେ ପ୍ଲଟ୍ କିଣିଲେ ଅମିତାଭ ବଚ୍ଚନ
ମୁମ୍ବାଇ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶ ଉତ୍ସବ ମୁଖର । ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ଼ ବଡ଼ ସେଲିବ୍ରିଟି ସାମିଲ ହେବେ | କ୍ରୀଡ଼ା, ରାଜନୀତି ଓ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ | ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆମନ୍ତ୍ରଣ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଗ୍ ବି ଅଯୋଧ୍ୟାରେ ଏକ [...]
Odiaପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱାର ରାଣାଙ୍କ ପରଲୋକ
ଲକ୍ଷ୍ନୌ: ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱର ରାଣାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଥିଲେ । ରାଣାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ମୁନାୱର କିଡନୀ ଏବଂ ହୃଦ୍ ରୋଗରେ ପୀଡ଼ିତ ଥିଲେ। ମୁନାୱର ରାଣାଙ୍କ ଝିଅ ସୁମାୟା କହିଛନ୍ତି, ରବିବାର ବିଳମ୍ବିତ ରାତିରେ ତାଙ୍କ ପିତାଙ୍କ ଡାକ୍ତରଖାନାରେ ବିୟୋଗ ଘଟିଛି। ସୋମବାର ତାଙ୍କର ଶେଷକୃତ୍ୟ ହେବ। ମୁନାୱରଙ୍କ ପରିବାରରେ [...]
Odiaରେଳଧାରଣାରୁ ମିଳିଲା ବଣିକ ସଂଘ ସଭାପତିଙ୍କ ମୃତଦେହ
ବଲାଙ୍ଗୀର – ରେଳଧାରଣାରୁ ମିଳିଲା ବଲାଙ୍ଗିର ବଣିକ ସଂଘ ସଭାପତିଙ୍କ ମୃତଦେହ । ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଖୁଜେନପାଲି ରେଳ ଧାରଣାରୁ ମିଳିଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ରେଳ ଧାରଣାରେ ଫୋପାଡି ଦିଆଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ରେଲୱେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Odiaବିମାନ ବିଳମ୍ବ ନେଇ ପାଇଲଟଙ୍କୁ ମୁଥ ମାରିଲେ ଯାତ୍ରୀ
ନୂଆଦିଲ୍ଲୀ: ଉଡ଼ାଣ ବିଳମ୍ବ ନେଇ ଜଣେ ଯାତ୍ରୀ ରାଗିଯାଇ ବିମାନର ପାଇଲଟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଇଣ୍ଡିଗୋ ଏୟାରଲାଇନର ଏକ ବିମାନରେ ଏଭଳି ଘଟଣା ଘଟିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଣ୍ଡିଗୋ ବିମାନର ଜଣେ ଯାତ୍ରୀ ଉଡ଼ାଣ ବିଳମ୍ବ ନେଇ ଘୋଷଣା କରୁଥିବାବେଳେ ବିମାନର କ୍ୟାପଟେନଙ୍କୁ ମାଡ଼ ମାରିଥିଲେ । ବିମାନ ଉଡ଼ାଣ ନେଇ ଠିକ୍ ସମୟ ଘୋଷଣା ନ କରାଯିବା ଯୋଗୁଁ ଯାତ୍ରୀ [...]
