ଉନ୍ନତ ରେଞ୍ଜ ପିନାକା ରକେଟ୍ ସିଷ୍ଟମର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଉନ୍ନତ ତଥା ସମ୍ପ୍ରସାରିତ ରେଞ୍ଜ ପିନାକା(ପିନାକା-ଇଆର୍) ରକେଟ୍ ସିଷ୍ଟମର ଗତ ତିନି ଦିନ ମଧ୍ୟରେ ଏକାଧିକ ଥର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସଫଳ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଟେକ୍ନୋଲୋଜି ସ୍ଥାନାନ୍ତର ପରେ ଏକ ଘରୋଇ ଶିଳ୍ପ ଏହି ରକେଟ୍ ସିଷ୍ଟମ ପ୍ରସ୍ତୁତ କରିଥିଲା । ଏହାର ପରୀକ୍ଷଣ ପୋଖରାନରେ କରାଯାଇଥିଲା |

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ସେନା ସହିତ ଡିଆରଡିଓ ଗତ ତିନି ଦିନ ଧରି ଫିଲ୍ଡ ଫାୟାରିଂ ରେଞ୍ଜରେ ଅନେକ ଥର ଏହି ରକେଟ୍ ପରୀକ୍ଷା କରିଛି ଏବଂ ଏହି ସିଷ୍ଟମର କାର୍ଯ୍ୟଦକ୍ଷତାର ମୂଲ୍ୟାୟନ କରିଛି।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ସମୟ ମଧ୍ୟରେ ବିଭିନ୍ନ ରେଞ୍ଜରେ ବିଭିନ୍ନ ଯୁଦ୍ଧ କ୍ଷମତା ବିଶିଷ୍ଟ ଉନ୍ନତ ରେଞ୍ଜ୍ ପିନାକା ରକେଟ୍ ପରୀକ୍ଷଣ କରାଯାଇଥିଲା। ସମସ୍ତ ପରୀକ୍ଷଣ ସନ୍ତୋଷଜନକ ଥିଲା |

ପିନାକା ଏମକେ-୧ ରକେଟ୍ ସିଷ୍ଟମ୍ ପ୍ରାୟ ୪୦ କିଲୋମିଟ ପର୍ଯ୍ୟନ୍ତ ଟାର୍ଗେଟ କରୁଥିବା ବେଳେ ଥିବାବେଳେ ପିନାକା-୨ର ଲକ୍ଷ୍ୟଭେଦ କ୍ଷମତା ୬୦ କିଲୋମିଟର | ପିନାକା- ଇଆର୍ (ଏମକେ-ଆଇ ଭର୍ସନ)ର ଲକ୍ଷ୍ୟଭେଦ କ୍ଷମତା ତୁରନ୍ତ ଜଣାପଡ଼ି ନାହିଁ |

ବିଭିନ୍ନ ରେଞ୍ଜ ଏବଂ ଯୁଦ୍ଧ କ୍ଷମତା ବିଶିଷ୍ଟ ୨୪ଟି ରକେଟ୍ ପରୀକ୍ଷା କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି।

Comments are closed.