ବ୍ରହ୍ମପୁରରେ କୋହଲୀଙ୍କ ‘ବିରାଟ’ ଫ୍ୟାନ ନିଆରାଢଙ୍ଗରେ ପାଳିଲେ ଟିମ୍ ଇଣ୍ଡିଆ କ୍ୟାପଟେନଙ୍କ ଜନ୍ମଦିନ

ବ୍ରହ୍ମପୁର – ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲୀଙ୍କ ୩୨ତମ ଜନ୍ମଦିନକୁ ରେଶମ ସହରରେ ନିଆରା ଶୈଳୀରେ ପାଳନ କରିଛନ୍ତି ତାଙ୍କର ଚର୍ଚ୍ଚିତ ଫ୍ୟାନ୍ ପିଂଟୁ ବେହେରା ।

କୋହଲି, ଯେଉଁ ପୋଷାକର ବ୍ରାଣ୍ଡ୍ ଆମ୍ବାସାଡର ଅଛନ୍ତି, ସେହି କମ୍ପାନିର ଏକ ସୋ ରୁମ ବ୍ରହ୍ମପୁର ଅର୍ବାନ ରୋଡ୍‌ରେ ରହିଛି । କୋହଲୀଙ୍କ ଜନ୍ମଦିନ ପାଳନ ପାଇଁ ସେହି ସୋ ରୁମ୍ ପକ୍ଷରୁ ପିଂଟୁକୁ ଆମନ୍ତ୍ରଣ କରାଯାଇଥିଲା । ବିରାଟଙ୍କ ଅବିକଳ ବେଶଭୂଷାରେ ପିଂଟୁ ଆସି ଏଥିରେ ଯୋଗ ଦେଇ କେକ୍ କାଟି ଜନ୍ମଦିନ ପାଳିଥିଲେ । ସାର୍ଟ ଖୋଲି ଟାଟୁଗୁଡିକୁ ପ୍ରଦର୍ଶିତ କରିଥିଲେ ।

ପିଂଟୁଙ୍କ ଘର ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲିରେ । ୨୦୧୬ ମସିହାରୁ ସେ ବିରାଟ କୋହଲିଙ୍କ ଉତ୍ସର୍ଗ କରି ନିଜ ଦେହରେ ଗୋଟିଏ ପରେ ଗୋଟିଏ ମୋଟ ୧୬ଟି ଟାଟୁ ଖୋଦେଇ କରିସାରିଲେଣି । ଗତବର୍ଷ ଅକ୍ଟୋବରରେ ବିଶାଖାପାଟଣାରେ ଆୟୋଜିତ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ପିଂଟୁ ବିରାଟଙ୍କୁ ଏହି ସବୁ ଟାଟୁ ଦେଖାଇଥିଲେ ।

Comments are closed.