କରୋନା ଭୟ: ଦୁଇ ବିଶ୍ୱକପ୍ ବାତିଲ କଲା ଫିଫା

ଜୁରିକ – କରୋନା ମହାମାରୀ କାରଣରୁ ଫିଫା ଦୁଇ ବୟସ ବର୍ଗର ବିଶ୍ୱକପ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ବର୍ଷ ହେବାକୁ ଥିବା ଅଣ୍ଡର-୧୭ ଓ ଅଣ୍ଡର-୨୦ ବିଶ୍ୱକପକୁ ବାତିଲ କରାଯାଇଛି । ଏହି ଦୁଇ ବିଶ୍ୱକପ ୨୦୨୩ରେ ଆୟୋଜନ କରାଯିବ ବୋଲି ଫିଫା କହିଛି । ଇଣ୍ଡୋନେସିଆ ଅଣ୍ଡର-୨୦ ଏବଂ ପେରୁ ଅଣ୍ଡର-୧୭ ବିଶ୍ୱକପ୍ ଆୟୋଜନ କରିବେ । ଫିଫା କାଉନସିଲ ତରଫରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, କୋଭିଡ୍‌-୧୯ ଯୋଗୁଁ ସ୍ପୋର୍ଟ୍ସ ଇଭେଣ୍ଟ ଆୟୋଜନ କରିବା କଷ୍ଟକର ହୋଇପଡିଛି । ଏବେ ବି ବିଶ୍ୱବ୍ୟାପୀ କରୋନା ସ୍ଥିତି ଅପରିବର୍ତ୍ତିତ ରହିଛି । ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ଅଣ୍ଡର-୧୭ ଓ ଅଣ୍ଡର-୨୦ ବିଶ୍ୱକପ୍ ଆୟୋଜନ ସମ୍ଭବ ନୁହେଁ । ତେଣୁ ଏହି ଦୁଇ ବିଶ୍ୱକପକୁ ୨୦୨୩ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ବୋଲି ଏହି ବିବୃତିରେ କୁହାଯାଇଛି ।

Comments are closed.