ଭେଟେରାନ ଫିଲ୍ମ ନିର୍ମାତା ରାଜକୁମାର କୋହଲିଙ୍କ ପରଲୋକ

ମୁମ୍ବାଇ: ବଲିଉଡର ଭେଟେରାନ ଫିଲ୍ମ ନିର୍ମାତା ରାଜକୁମାର କୋହଲିଙ୍କ ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ଶୁକ୍ରବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଆଜି ସକାଳେ ବାଥରୁମରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ଘରଲୋକ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସନ୍ଧ୍ୟାରେ ରାଜକୁମାର କୋହଲିଙ୍କ ଅନ୍ତିମ ସଂସ୍କାର କରାଯିବ।

ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲି ତାଙ୍କ କ୍ୟାରିୟରରେ ‘ନାଗିନ୍’, ‘ଜାନି ଦୁଷ୍ମନ’, ‘ବିବି ନୌକର କା’, ‘ବଦଲେ କି ଆଗ୍’, ‘ରାଜ୍ ତିଲକ’, ‘ଜୀନେ ନହିଁ ଦୁଙ୍ଗା’, ‘ଇନ୍ତେକାମ୍’, ‘ବିସ୍ ସାଲ୍ ବାଦ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ | ‘ନାଗିନ୍’ ଓ ‘ଜାନି ଦୁଷ୍ମନ’ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ଥିଲା । ରାଜକୁମାର କୋହଲିଙ୍କ ପୁଅ ଅରମାନ କୋହଲି ମଧ୍ୟ ଜଣେ ଅଭିନେତା ।

Comments are closed.